ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନୂତନ ବସଷ୍ଟାଣ୍ଡ ଉଦଘାଟିତ

0 171

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଠାରେ ବହୁ ପ୍ରତିକ୍ଷିତ ହରଭଙ୍ଗା ବସଷ୍ଟାଣ୍ଡ ଆଜି ସାମୂହିକ ଭାବେ ଉଦଘାଟିତ ହୋଇଯାଇଛି । ଉକ୍ତ ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ତଥା ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ, ପାନୀୟ ଜଳ ତଥା ପଞ୍ଚାୟତରାଜ ଓ ଲୋକ ସଂପର୍କ ଓ ସୂଚନା ମନ୍ତ୍ରୀ ପ୍ରଦୀପ କୁମାର ଅମାତ, କଣ୍ଟାମଳ ବିଧାୟକ ମହୀଧର ରଣା, ଜିଲ୍ଲାପାଳ ଯେ. ସୋନାଲ, ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ବିଡ଼ିଓ, ପିଡି ଓ ଅନ୍ୟାନ୍ୟ ଦଳୀୟ ତଥା ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ । ସୂଚନା ଥାଉକି ଓଡିଶା ପୋଲିସ ହାଉସିଂ ବୋର୍ଡ଼ ଆଣ୍ଡ କର୍ପୋରେସନ ଭୁବନେଶ୍ୱର ଦ୍ୱାରା ଉକ୍ତ ବସଷ୍ଟାଣ୍ଡଟି ୬୮୯.୧୭ ଲକ୍ଷ ବ୍ୟୟ ଅଟକଳରେ ବସଷ୍ଟାଣ୍ଡଟି ନିର୍ମାଣ ହୋଇଛି । ଗତ ୧୩/୬/୨୦୨୨ରୁ ଉକ୍ତ ସଂସ୍ଥା କାମ ଆରମ୍ଭ କରି ୧୭/୧୦/୨୦୨୩ ରେ ସମ୍ପୂର୍ଣ୍ଣ କରିଥିଲା । ପର୍ଯ୍ୟାୟକ୍ରମେ ଆଜି ରାଜ୍ୟର ୧୩ ଜିଲ୍ଲାର ୨୦ ବସଷ୍ଟାଣ୍ଡ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଶୁଭଦଘାଟନ କରିଥିଲେ । ଅତ୍ୟାଧୁନିକ ଜ୍ଞାନକୌଶଳରେ ତିଆରି ବସଷ୍ଟାଣ୍ଡ ଭିତରେ ରହିଛି ମାର୍କେଟ କଂପ୍ଲେକ୍ସ, ସିକ୍ୟୁରିଟି ସୁବିଧା, ବସ ଚାଳକ ମାନଙ୍କ ବିଶ୍ରାମ ସ୍ଥାନ ଓ ଖାଇବା ପାଇଁ କ୍ୟାଣ୍ଟିନର ସୁବିଧା ରହିଥିବା ବେଳେ ଅଂଚଳରେ ଏଭଳି ଏକ ବସଷ୍ଟାଣ୍ଡର ଲୋକାର୍ପଣ ହୋଇଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଖୁସିବ୍ୟକ୍ତ ଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

1 + 11 =