ସାପ କାମୁଡ଼ାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

0 108

ଫୁଲବାଣୀ : ସାପ କାମୁଡ଼ାରେ ସ୍ୱାମୀଙ୍କ ମୃତ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଚକାପଦ ବ୍ଲକର ଲାଇନ ପଡ଼ା ଗ୍ରାମରେ ଗତ ବିଲମ୍ବିତ ରାତିରେ ସ୍ୱାମୀ ବିମଳ ଓ ସ୍ତ୍ରୀ ଘରେ ଶୋଇଥିବା ସମୟରେ ଗୋଟିଏ ସାପ ଆସି କାମୁଡ଼ି ଥିଲା । ଏହି ଘଟଣା ଜାଣିବା ପରେ ପରିବାର ଲୋକେ ଆମ୍ବୁଲାନ୍ସରେ ପ୍ରଥମେ ଖଜୁରୀ ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିବା ପରେ ପ୍ରାଥମିକ ଚିକିତ୍ସା ପରେ ଅତି ଗୁରୁତର ହେବା ଯୋଗୁଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଉଭୟଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ଫୁଲବାଣୀ ହସ୍ପିଟାଲରେ ଚିକିତ୍ସା ଅବସ୍ଥାରେ ସ୍ୱାମୀ ବିମଳଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି ।

hiranchal ad1
Leave A Reply

Your email address will not be published.

17 + 3 =