ଓଡିଶା ସାମ୍ବାଦିକ ସଂଘ ବୌଦ୍ଧ ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ଚୟନ; ଦିବ୍ୟରଞ୍ଜନ ପଟ୍ଟନାୟକ ସଭାପତି, ସତ୍ୟଜିତ୍ କୁମାର ପଣ୍ଡା ସଂପାଦକ

0 139

ବୌଦ୍ଧ,୩୧/୧: ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ବୌଦ୍ଧର କାର୍ଯ୍ୟାଳୟଠାରେ ଓଡିଶା ସାମ୍ବାଦିକ ସଂଘ ବୌଦ୍ଧ ଜିଲ୍ଲା ଶାଖାର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାଖା ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଙ୍ଗଠନିକ କାର୍ଯ୍ୟାବଳୀ ଓ ସାମ୍ବାଦିକ ସୁରକ୍ଷା ସମ୍ପର୍କିତ ଆଲୋଚନା ହେବା ସହ ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଥିଲା । ନୂତନ ସଭାପତି ଭାବରେ ଦିବ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିବାବେଳେ ଜୟ କୁମାର ମହାରଣାଙ୍କୁ ଉପ ସଭାପତି ଓ ସତ୍ୟଜିତ କୁମାର ପଣ୍ଡାଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା । ସେହିପରି ଯୁଗ୍ମ ସମ୍ପାଦକ ଭାବେ ସୁଶାନ୍ତ କୁମାର ବେହେରା ଓ କୋଷାଧ୍ୟକ୍ଷ ଭାବେ ଦୀପକ କୁମାର ଅଦର ମନୋନୀତ ହୋଇଛନ୍ତି । କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଅବଦୁଲ ମହସିନ ଖାନ, ଚିତ୍ତରଞ୍ଜନ ସିଂ ଓ ରଞ୍ଜନ କୁମାର ପାତ୍ର ରହିଥିବାବେଳେ ଉପଦେଷ୍ଟା ଭାବରେ ଦିବ୍ୟ ଶଙ୍କର ରାଉତ ଓ ଯୁଗଳ କିଶୋର ସାମଲ ମନୋନୀତ ହୋଇଛନ୍ତି । ଶେଷରେ ସତ୍ୟ ନାରାୟଣ ପାଣି ଧନ୍ୟବାଦ ଅର୍ପଣ କରିଥିଲେ । ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସଦସ୍ୟ ମାନଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

two × one =