ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍

0 44

ପୁରୀ: ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡିଜାଇନ୍ । ନୂଆ ଡିଜାଇନ୍ ନେଇ ଚାଲିଛି ଆଲୋଚନା ।ଲୋକଙ୍କ ଧର୍ମୀୟ ଭାବନାକୁ ନେଇ ନିଷ୍ପତ୍ତି ନିଆଯିବ କହିଲେ ଆଇନ ମନ୍ତ୍ରୀ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମଧ୍ୟରେ ଆଉ କଣ ରୂପରେଖ ହେବ ଆସନ୍ତା ଦୁଇମାସରୁ ତିନିମାସ ମଧ୍ୟରେ ସ୍ପଷ୍ଟତା ଆସିବ ବୋଲି କହିଛନ୍ତି ଆଇନମନ୍ତ୍ରୀ। ନୂତନ ଡିଜାଇନ୍ ନେଇ ଆଲୋଚନା ମଧ୍ୟ ଚାଲିଛି ।ଡିଜାଇନ୍ ମଧ୍ୟରେ ଘୃତ ଯଜ୍ଞ , ଜ୍ଞାନ ଯଜ୍ଞ , ଅନ୍ନ ଯଜ୍ଞ ମଣ୍ଡପ ଆଦି ରହିବ ବୋଲି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ । ସାଧାରଣତଃ ସନାତନ ଧର୍ମର ମୂଳପିଣ୍ଡ ହେଉଛି ଯଜ୍ଞ , ଜ୍ଞାନ ଯଜ୍ଞ ଓ ଘୃତ ଯଜ୍ଞ। ବୈଦିକ ପରଂପରାର ମୂଳ ଅଙ୍ଗ ଘୃତ ଯଜ୍ଞ ବା ହୋମ ଯଜ୍ଞ ପାଇଁ ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱରେ ଏକ ଉତ୍କଳୀୟ କାରୁକାର୍ଯ୍ୟରେ ଭବ୍ୟ ଯଜ୍ଞଶାଳା ନିର୍ମାଣ ହେବାର ପ୍ରୋପୋଜାଲ ଯେଉଁଥିରେ ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯଜମାନଙ୍କ ଦାନରେ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ବିଶ୍ୱର ମଙ୍ଗଳ ପାଇଁ ଘୃତାହୃତି ଦିଆଯିବା ପାଇଁ ପ୍ରସ୍ତାବ ରହିଛି ।ସେଇଭଳି ଜ୍ଞାନ ଯଜ୍ଞ ଆଧାରରେ ବାହାରୁ ଆସୁଥିବା ଭକ୍ତଙ୍କୁ ଜଗନ୍ନାଥ ସଂସ୍କୃତି ଓ ଉତ୍କଳର ଇତିହାସ ସଂପର୍କରେ ଅବଗତ କରାଇବା ପାଇଁ ଡକ୍ୟୁମେଣ୍ଟାରି, ଅଡିଟରିଅମ ବ୍ୟବସ୍ଥା ଚିନ୍ତା କରାଯାଉଛି ।ସେଇଭଳି ଅନ୍ନ ଯଜ୍ଞ ମାଧ୍ୟମରେ ବିନାମୂଲ୍ୟରେ ଭକ୍ତଙ୍କୁ ପ୍ରତ୍ୟକ ଦିନ ନିଶୁଳ୍କ ମହାପ୍ରସାଦ ପରଷା ଏବଂ ସ୍ୱଳ୍ପ ମୂଲ୍ୟରେ ମଧ୍ୟ ପ୍ରସାଦ ବିକ୍ରି ପାଇଁ ମଧ୍ୟ ପ୍ରସ୍ତାବ ରହିଛି ବୋଲି କହିଛନ୍ତି ଆଇନମନ୍ତ୍ରୀ । ।

hiring

ତେବେ ଶ୍ରୀମନ୍ଦିର ଚତୁଃ ପାର୍ଶ୍ଵରେ ରହିଥିବା ୧୯ ଟି ମଠ ପରିକ୍ରମା ପାଇଁ କ୍ଷତିଗ୍ରସ୍ତ ହୋଇଥିଲା ।ଏହାର ଗାଦି ଘରକୁ ଛାଡ଼ି ବାକି ଅଂଶକୁ ଭଙ୍ଗା ଯାଇଥିଲା । ଏବଂ ତନ୍ମଧ୍ୟରେ ଘୃତ,ଜ୍ଞାନ ଓ ଅନ୍ନ ଯଜ୍ଞ ମଣ୍ଡପ ମଧ୍ୟ ଲୋପ ପାଇଥିଲା ।ଯାହାକୁ ନେଇ ରହିଥିଲା ଅସନ୍ତୋଷ । ତେବେ ପ୍ରଥମରୁ ହିଁ ପରିକ୍ରମା ପ୍ରକଳ୍ପର ଡିଜାଇନ୍ ବା ଭିଜନରେ ଅସ୍ପଷ୍ଟତା ରହିଥିଲା ।ବାରମ୍ବାର DPR ପରିବର୍ତ୍ତନ ସହ NMA ଓ ASI ଅନୁମତି ବିବାଦରେ ଛନ୍ଦି ହୋଇଥିଲା ପ୍ରକଳ୍ପ । ଏପରିକି ପ୍ରକଳ୍ପ ର ଶିଳାନ୍ୟାସ ପରେ ବି ପ୍ରକଳ୍ପ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର, ଶ୍ରୀ ଜଗନ୍ନାଥ ଅତିଥି କେନ୍ଦ୍ର,ଐତିହ୍ୟ ରଘୁନନ୍ଦନ ଲାଇବ୍ରେରୀ ଗୁଡ଼ିକ ଏବେ ସୁଦ୍ଧା ରୂପରେଖ ହୋଇନାହିଁ । ଏନେଇ NMA କୁ ନୂଆ ପ୍ରପୋଜାଲ ମଧ୍ୟ ଦିଆଯାଇଛି । ତେବେ ପରିକ୍ରମା ପ୍ରକଳ୍ପରେ କେବଳ ପରିକ୍ରମା ମାର୍ଗରେ ସୀମିତ ହୋଇଛି ବୋଲି ଅଭିଯୋଗ ହୋଇଛି । ଦୀର୍ଘ ବର୍ଷ ଧରି ପରିକ୍ରମା ପ୍ରକଳ୍ପ ନାଁରେ କୋଟି କୋଟି ଟଙ୍କା ଲୁଟ୍ଅଭିଯୋଗ ସହ ଯାହା ଯାହା ଡିଜାଇନ୍ ହୋଇଥିଲା ଏବଂ ଲୋକଙ୍କୁ କୁହାଯାଇଥିଲା ତାହା ହୋଇନାହିଁ ବୋଲି କହିଛନ୍ତି ବରିଷ୍ଠ ସେବାୟତ ହଜୁରୀ କୃଷ୍ଣ ଚନ୍ଦ୍ର ଖୁଣ୍ଟିଆ । ଘୃତ ଯଜ୍ଞ ମଣ୍ଡପ ,ଜ୍ଞାନ ଯଜ୍ଞ ମଣ୍ଡପ ଓ ଅନ୍ନ ଯଜ୍ଞ ମଣ୍ଡପ କୁ ଦୀର୍ଘସ୍ଥାୟୀ ଭାବରେ ପ୍ରସ୍ତୁତ କରାଯାଉ ବୋଲି ସେ ଦାବି ରଖିଛନ୍ତି । ସେପଟେ ମଠ ଗୁଡ଼ିକର ପୁନରୁଦ୍ଧାର କାମ ସହ ସରକାରଙ୍କ ନିର୍ଦ୍ଦେଶ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅନ୍ତର୍ଗତ ନିୟମାବଳୀ ଅନୁଯାୟୀ ସମସ୍ତ କାର୍ଯ୍ୟ ତ୍ବରାନ୍ବିତ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ।

ଗୋଟିଏ ପଟରେ ଆଇନ ପ୍ରକଳ୍ପ ଡିଜାଇନ୍ ପରିବର୍ତ୍ତନ କୁ ନେଇ ଆଇନ ମନ୍ତ୍ରୀଙ୍କ ବୟାନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଅନେକ କିଛି ଯୋଡ଼ି ହେବାର ଆଭାସ ମିଳିଥିବା ବେଳେ ଅନ୍ୟପଟରେ ନୂଆ ବର୍ଷରେ ଲାଗୁ ହେବାକୁ ଥିବା ନୂଆ ଦର୍ଶନ ବ୍ୟବସ୍ଥାକୁ ନେଇ ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କ ସହଯୋଗ ଲୋଡିଛନ୍ତି ଆଇନ ମନ୍ତ୍ରୀ । ଏଥିସହିତ ଦିବ୍ୟାଙ୍ଗ ଓ ଅତି ବୃଦ୍ଧ ଭକ୍ତଙ୍କ ପାଇଁ ଖୁବ୍ ଶୀଘ୍ର ନୂଆ ବ୍ୟବସ୍ଥା ହେବ ବୋଲି ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ ।

hiranchal ad1
Leave A Reply

Your email address will not be published.

thirteen − 11 =