ଚମ୍ପୁଆ : ଚମ୍ପୁଆ ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦ୍ଦେଶନାରେ ଚମ୍ପୁଆ ଅବକାରୀ ନିରୀକ୍ଷକ ଚ଼ନ୍ଦନ କୁମାର ମଣ୍ଡଳଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଉପ ନିରକ୍ଷକ ଦିଲ୍ଲୀପ କୁମାର ତଣ୍ଡି, ଚମ୍ପୁଆ ଉପନିରକ୍ଷକ ରମେଶ ମହାନ୍ତିଙ୍କ ଦ୍ୱାରା ଚମ୍ପୁଆ ଥାନା ଅନ୍ତର୍ଗତ ଜାମୁଦଲକ, ନାରଦ ପୁର ଓ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଡାବର ଚୁଆ, ଯମୁନା ପଶି, ଗୋଡିପୋଖରୀ ପ୍ରଭୂତି ସ୍ଥାନରେ ଅତର୍କିତ ଭାବରେ ଚଢଉ କରି ସମୁଦାୟ ୩୯୦୦ କି.ଗ୍ରା. ପୋଚ଼ ୪୧୩ଲିଟର ମହୁଲି ମଦ ନଷ୍ଟ କରାଯିବା ସହ ପାଞ୍ଚଗୋଟି ଅବକାରୀ କେଶ ରୁଜୁ କରାଯାଇ ମୋଟ ୪ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେମାନେ ହେଲେ ଜାମୁଦଲକର ଗୋପାଳ ଚରଣ ଗୋସ୍ୱାମୀ, ଡ଼ାବରଚୁଆର ଜୈଦବ ମୁଣ୍ଡା, ଯମୁନା ପଶିର, ଶ୍ରୀମତି ମୁଣ୍ଡା, ଗୋଡପୋଖରୀ ଭକ୍ତ ବନ୍ଧୁ ମହାନ୍ତ ଅଟନ୍ତି । ଉକ୍ତ ଚ଼ଢଉରେ ଅନ୍ୟମାନଙ୍କ ମଧ୍ୟରେ ଏଏସଆଇ ରଞ୍ଜନ ସାହୁ, କୃଷ୍ଣ ସେଠୀ, କନେଷ୍ଟବଳ ରଶ୍ମିରେଖା ମହାନ୍ତ, ସନ୍ଦିପ ଜେନା, ଅନନ୍ତ ରାଜ, ରଞ୍ଜନ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ ।