ପୁଣି ମହାନଦୀ ପାଣି ଘେରରେ ୯ ବଳଦ

0 225

ହରଭଙ୍ଗା : ବର୍ଷା ପ୍ରଭାବରେ ମହାନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ହୀରାକୁଦର ଉପର ମୁଣ୍ଡରେ ଅତ୍ୟଧିକ ବୃଷ୍ଟି ପାତ ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । ଏହି ଜଳଭଣ୍ଡାର ଜଳସ୍ତର ନିୟନ୍ତ୍ରଣ ପାଇଁ ବିଭାଗ ତରଫରୁ ଚଳିତ ବର୍ଷ ଜୁଲାଇ ୨୩ତାରିଖରେ ଡ୍ୟାମର ପ୍ରଥମ ବନ୍ୟାଜଳ ମହାନଦୀରେ ନିଷ୍କାସନ କରାଯାଇଥିଲା । ଫଳରେ ମହାନଦୀର ଜଳସ୍ତର ବୃଦ୍ଧି ହେବାରେ ଲାଗିଛି । ଏହା ପ୍ରଭାବରେ ୨୫ତାରିଖରେ ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତର ସାକୁସିଙ୍ଗା ଓ ଖରସଂକୁଲୋଇ ଗ୍ରାମର ଶହଶହ ଗୋରୁଗାଈ ପାଣି ପିଇବା ପାଇଁ ନଦୀ ଭିତରକୁ ଚାଲିଯାଇଥିଲେ, ଫଳରେ ହଠାତ ଏହି ସମୟରେ ଡ୍ୟାମ ପାଣି ପହଂଚି ଯିବାରୁ ସମସ୍ତ ଗୋରୁ ପାଣି ଘେରରେ ରହିଯାଇଥିଲେ । ଆଜି ମଧ୍ୟ ଏଭଳି ସମାନ ଚିତ୍ର ଦେଖିବାକୁ ମିଳିଛି ଉକ୍ତ ସ୍ଥାନରେ । ସୂଚନା ଅନୁଯାଇ ସାକୁସିଙ୍ଗା ଗ୍ରାମର ୯ଗୋଟି ବଳଦ ଧଳପୁର-ଆଠମଲ୍ଲିକ ସେତୁ ତଳେ ମହାନଦୀ ପାଣି ଘେରରେ ରହିଥିବା ସ୍ଥାନୀୟ ଜନସାଧାରଣ ଦେଖିବାକୁ ପାଇଥିଲେ । ଅତ୍ୟଧିକ ପାଣି ହେଉଥିବାରୁ ଲୋକେ ବଳଦକୁ ଉଦ୍ଧାର କରିବାରେ ସକ୍ଷମ ନ ହେବାରୁ ଆଠମଲ୍ଲିକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଫଳରେ ଅଗ୍ନିଶମ ଓ ଓଡ୍ରାଫ ଟିମ ପହଂଚି ବଳତଗୁଡିକୁ ଉଦ୍ଧାର କରିଥିଲେ ।

hiranchal ad1
Leave A Reply

Your email address will not be published.

19 + 19 =