ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସମୂହ ଛୁଟି ଚେତାବନୀ

0 616

ହରଭଙ୍ଗା: ଓଡ଼ିଶାର କୃଷି କ୍ଷେତ୍ରରେ ଉଦ୍ୟାନ କୃଷି କୃଷକର ଆର୍ଥିକ ମାନଦଣ୍ଡ ସୁଦୃଢ କରିବାରେ ମୁଖ୍ୟ ଅଙ୍ଗ ଅଟେ । କିନ୍ତୁ ଦିନକୁ ଦିନ ସରକାରଙ୍କ ବିଭିନ୍ନ ଯୋଜନା ଉଦ୍ୟାନ କୃଷି ବିଭାଗ ଉପରେ ଦାୟିତ୍ୱ ଦେଉଥିବା ଓ ଅଧିକାରୀ ମାନେ ଦାୟିତ୍ୱ ସୁଚାରୁ ରୂପେ ତୁଲାଉଥିବା ବେଳେ ଦୀର୍ଘ ବର୍ଷ ଧରି ଏହି ଉଦ୍ୟାନ କୃଷି ବିଭାଗ କେଡର ପୁନର୍ବିନ୍ୟାସ ହୋଇପାରିନାହିଁ । ଯଦି ଆସନ୍ତା ୩୦ତାରିଖ ସୁଦ୍ଧା ସରକାର କ୍ୟାଡର ପୁନର୍ବିନ୍ୟାସ ନ କଲେ ୩୧ତାରିଖରୁ ସମୂହ ଛୁଟିରେ ରହିବେ ବୋଲି ରାଜ୍ୟ ସଂଘର ଅନୁମୋଦନରେ ଆଜି ବୌଦ୍ଧ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚେତାବନୀ ଦାବିପତ୍ର ଦେଇଛନ୍ତି । ଏହି ଦାବିପତ୍ର ଦେବା ସମୟରେ ବୌଦ୍ଧ ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଯୋଗେନ୍ଦ୍ର ନାଥ ମହାପାତ୍ର, ସହକାରୀ ଉଦ୍ୟାନ ଅଧିକାରୀ ଜ୍ଞାନ ରଞ୍ଜନ ଦିଗାଲ, ପୂଜା ବାରିକ, ଗୋବିନ୍ଦ ସେଠି ଓ ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଓ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

two + fifteen =