ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ

0 93

ପୁରୀ: ଛାତ୍ରଛାତ୍ରୀମାନେ ଗଠନମୂଳକ ଓ ସୃଜନଶୀଳ କାର୍ଯ୍ୟରେ ନିୟୋଜିତ କଲେ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି ହେବ ବୋଲି ବିଶିଷ୍ଟ ବକ୍ତା ମତ ପ୍ରକାଶ କରିଛନ୍ତି ।
ସୁରଜମଲ ସାହା ମହାବିଦ୍ୟାଳୟରେ ଅନୁଷ୍ଠିତ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଉଦଘାଟନ କରି ପୁରୀ ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ସ୍ୱପ୍ନାରାଣୀ ସ୍ୱାଇଁ କହିଲେ ଯେ ଦେଶ ଗଠନରେ ଛାତ୍ରଛାତ୍ରୀମାନଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ । ଯୁବକଯୁବତୀମାନେ ସେମାନଙ୍କର ସମୟକୁ ଠିକଣା ବାଟରେ ନିୟୋଜିତ କରିବା ଦରକାର । ମୁଖ୍ୟ ଅତିଥି ପରିଚାଳନା କମିଟିର ସଭାପତି ପ୍ରଫେସର ଶଙ୍କର୍ଷଣ ଦାସ ଅନୁଷ୍ଠାନର ସୁନାମ ବଢେଇବା ପାଇଁ କ୍ରୀଡ଼ା ସହ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ ପାଇଁ ଆହ୍ୱାନ ଜଣେଇଥିଲେ । ଜିଲ୍ଲା ସଂଯୋଜକ ପ୍ରଫେସର ଗୌରିଶଙ୍କର ମଲ୍ଲିକ କ୍ରୀଡ଼ା ଓ ସଂସ୍କୃତିର ବିକାଶ ପାଇଁ ନେଉଥିବା ଅତୀବ ପ୍ରଶଂସନୀୟ ବୋଲି କହିଥିଲେ ।
କଲେଜର ଅଧକ୍ଷ ପ୍ରାଧ୍ୟାପକ ସୁରେନ୍ଦ୍ର କୁମାର ଜେନା ରାଜ୍ୟରେ କଲେଜ ଓ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ କ୍ରୀଡ଼ା ସାଂସ୍କୃତିକ ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବାପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବା ଓଡ଼ିଶା ଇତିହାସରେ ନୂଆ ଘଟଣା । ଶିକ୍ଷାନୁଷ୍ଠାନମାନଙ୍କରେ ନିୟମିତ ଏହି ସବୁ କାର୍ଯ୍ୟକ୍ରମ ହେଲେ ଯୁବକ ଯୁବତୀମାନଙ୍କ ଭିତରେ ସୃଜନଶୀଳତାର ବିକାଶ ଘଟିବ । ରାଜ୍ୟସରକାରଙ୍କ ଏହି କାର୍ଯ୍ୟକ୍ରମ ପାଇଁ ଅଧକ୍ଷ କୃତଜ୍ଞତା ଜଣାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଅଧକ୍ଷ ଡଃ କାର୍ତ୍ତିକ କୁମାର ଦାସ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ , ପରିଚାଳନା କମିଟିର ସଦସ୍ୟ ଲକ୍ଷ୍ମୀ ନାରାୟଣ ଖୁଣ୍ଟିଆ ଓ କଲ୍ୟାଣୀ ସାହୁ ବକ୍ତବ୍ୟ ରଖିଥିଲେ । କଲେଜର କ୍ରୀଡ଼ା ଓ ସାଂସ୍କୃତିକ କମିଟିର ଉପସଭାପତି ଅଧ୍ୟାପକ ଅଜିତ ଦଳେଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ବ୍ରହ୍ମାନନ୍ଦ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରାରମ୍ଭରେ କଲେଜର ଛାତ୍ରଛାତ୍ରୀମାନେ ରାଜ୍ୟ ସଙ୍ଗୀତ ସାମୁହିକ ଭାବେ ଗାନ କରିଥିଲେ । ସାଂସ୍କତିକ କାର୍ଯ୍ୟକ୍ରମ ଭାବେ ଛାତ୍ର ଛାତ୍ରୀ ମାନେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । କଲେଜ ଓ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଗଠିତ ଛାତ୍ର କ୍ଲବର ମନୋନୀତ ପ୍ରତିନିଧି ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ଛାତ୍ର ପ୍ରତିନିଧି ମାନସ ରଞ୍ଜନ ଦଳବେହେରା, ବିଶ୍ୱନାଥ ପଟ୍ଟନାୟକ, ମିନତି ପ୍ରଧାନ ଚିନ୍ମୟୀ ଲେଙ୍କା ମଞ୍ଚ ପରିଚାଳନା କରିଥିଲେ । ନୋଡାଲ ଅଫିସର ପ୍ରାଧ୍ୟାପକ ବିଜୟ କୁମାର ପଟ୍ଟନାୟକ, ପ୍ରାଧ୍ୟାପକ ସୁଶାନ୍ତ ମହାପାତ୍ର ଓ ମୀନାକ୍ଷୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

hiranchal ad1
Leave A Reply

Your email address will not be published.

five × two =