ହରଭଙ୍ଗା :ରଭଙ୍ଗା ବ୍ଲକ ରାମଗଡ ମା ବାଉରୀ କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ଚାରିଦିନିଆ ଜିଲ୍ଲାସ୍ତରୀୟ ରାମଗଡ଼ ପ୍ରିମିଅର ଲିଗ୍-୨୦୨୪ – ଆଜି ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଆୟୋଜିତ ଉଦଘାଟନୀ ଦିବସର ପ୍ରଥମ ମ୍ୟାଚରେ ରାମଗଡ଼ ଦଳ ନିର୍ଦ୍ଧାରିତ ୧୫ ଓଭରରେ ୧୪୪ ରନ୍ କରି ଅନୁଗୋଳ ଜିଲ୍ଲା ଓଡସିଙ୍ଗା ଦଳଠାରୁ ବିଜୟ ଲାଭ କରିଥିଲା ବେଳେ ଦ୍ୱିତୀୟ ମ୍ୟାଚରେ ଫକିରପୁର ଦଳ ୮୦ ରନ୍ ବିଜୟ ଲକ୍ଷ୍ୟକୁ ସହଜରେ ରକୀ ସ୍ପୋର୍ଟସ ତିଲେଶ୍ୱର ଠାରୁ ବିଜୟୀ ଲାଭ କରିଥିଲେ । ଆଜିର ଦୁଇ ମ୍ୟାଚରେ ନିର୍ମଳ ଭୋକ୍ତା (୫୪ ରନ୍) ଓ ଆରୋଜ ପ୍ରଧାନ (୨୨ ରନ୍) ଙ୍କୁ ମ୍ୟାନ ଅଫ ଦ ମ୍ୟାଚ୍ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ୮ଗୋଟି ଦଳ ଭାଗ ନେଇଥିବା ବେଳେ ୧୫ ତାରିଖ ରୁ ୧୮ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଖେଳ ଚାଲୁ ରହିବ ।
ଆସନ୍ତାକାଲି ବୌଦ୍ଧ-ଆଠମଲ୍ଲିକ ଏବଂ ଧଳପୁର-ଚିତ୍ତ ୧୧ ମଧ୍ୟରେ ମ୍ୟାଚ୍ ଖେଳା ହେବା ନେଇ ଆୟୋଜକ କମିଟିର ସଭାପତି ଚିତ୍ତରଞ୍ଜନ ଭୋକ୍ତା ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.