ବିଧାନସଭାରେ ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

0 82

ଭୁବନେଶ୍ବର : ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି । ତାଙ୍କର ସରକାରର ପ୍ରଥମ ବଜେଟ ଉପସ୍ଥାପନ କରିବା ତାଙ୍କ ପାଇଁ ଆନନ୍ଦ ଓ ଗୌରବର ବିଷୟ ବୋଲି ଏହି ଅବସରରେ ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସରକାର ସମାଜର ୪ ବର୍ଗ ଗରିବ, ମହିଳା, କୃଷକ ଓ ଯୁବପିଢିଙ୍କ ଉପରେ ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଛନ୍ତି ।

ଶ୍ରୀଜଗନ୍ନାଥ ମନ୍ଦିରର ବିକାଶ ପାଇଁ ତାଙ୍କ ସରକାର ୫୦୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ବ୍ୟବସ୍ଥା କରିଛନ୍ତି । ସେହିପରି ଓଡ଼ଶା ଅସ୍ମିତାର ବିକାଶ ପାଇଁ ଓଡ଼ିଶା ଭାଷା ଓ ସଂସ୍କୃତି ବିଭାଗ ଅଧିନରେ ୨୦୦ କୋଟିର ପାଣ୍ଠି ବ୍ୟବସ୍ଥା କରାଯାଇଛି ।

ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ମହିଳା, ଶିଶୁ ବିକାଶ ଓ ମିସନ ଶକ୍ତି ପାଇଁ ୧୭,୯୪୨ କୋଟିର ବ୍ୟୟବରାଦ କରିଛନ୍ତି। ଏଥିରେ ସୁଭଦ୍ରା ଯୋଜନାରେ ୧୦,୦୦୦, ମମତା ଓ ପ୍ରଧାନମନ୍ତ୍ରୀ ମହିଳା ବିକାଶ ଯୋଜନାରେ ୫୨୧ କୋଟି, ପୋଷଣ ଅଭିଯାନରେ ୨୯୫ କୋଟି ସାମିଲ ରହିଛି। ସେହିପରି ମିସନ ଶକ୍ତି ଯୋଜନାରେ ୧୧୭୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
ରାଜ୍ୟ ସରକାର ସୁଭଦ୍ରା ଯୋଜନା ପାଇଁ ଆର୍ଥିକ ବର୍ଷ ୨୦୨୪-୨୫ରେ ୧୦ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହି ଯୋଜନା ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗ ବିକାଶ, ମହିଳା ସଶକ୍ତୀକରଣ ଓ ଆର୍ଥିକ ସ୍ୱାଧୀନତା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୃଢୀଭୂତ କରିବ। ଏହି ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପାଇଁ ବଜେଟରେ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି।
ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଶିଳ୍ପ ପୁଞ୍ଜର ପ୍ରତିଷ୍ଠା, ଉତ୍ପାଦିତ ଦ୍ରବ୍ୟ ଗୁଡିକର ବିପଣନ ଓ ପ୍ରଚାର ପ୍ରସାର ନିମନ୍ତେ ୨୦୨୭ ସୁଦ୍ଧା ଓଡିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ରହିଛି। ଜାତୀୟ ଗ୍ରାମୀଣ ଜୀବିକା ମିସନ ଅଧିନସ୍ଥ ଜୀବିକା ସଂଯୋଜକ ପଦକ୍ଷେପ ଗୁଡିକାର ସହାୟତାରେ ଏକ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ମାଧ୍ୟମରେ ସରକାରୀ ଦ୍ରବ୍ୟ ଓ ସେବା ଆହରଣ, ଗୁରୁତ୍ୱପୂର୍ଣ୍ଣ ସରକାରୀ ବ୍ୟବସାୟ ସୃଷ୍ଟି ଏବଂ ଅଧିକ ଆୟ ଓ ଜୀବିକା ଅର୍ଜନ ସୁଯୋଗ ସୃଷ୍ଟି କରାଯାଇ ଅଧିକ ସଂଖ୍ୟକ ଲକ୍ଷପତି ଦିଦି ସୃଷ୍ଟି କରାଯିବ । ଏଥି ପାଇଁ ବଜେଟରେ ୧ ହଜାର ୧ ଶହ ୬୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

hiring

କୃଷି ଓ ଅନୁଷଙ୍ଗିକ କ୍ଷେତ୍ର ହେଉଛି ରାଜ୍ୟର ପ୍ରମୁଖ ନିଯୁକ୍ତିପ୍ରଦାନକାରୀ କ୍ଷେତ୍ର । ୨୦୨୩-୨୪ ଆର୍ଥିକ ୨୪୮୨୯ କୋଟି ୨୦୨୪-୨୫ରେ ୩୬% ବୃଦ୍ଧି କରି ୩୩୯୧୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଧାନକ୍ରୟ ବ୍ୟସ୍ଥାକୁ ସରଳ କରାଯିବ ଓ କଟନିଛଟନିକୁ ବନ୍ଦ କରାଯାଇ ଆର୍ଦ୍ରତା ପରିମାଣକ ମେସିନ ବ୍ୟବହାର କରାଯିବ । କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯିବ ।

୨୦୨୪-୨୫ରେ ସମୃଦ୍ଧ କୃଷକ ଯୋଜନା ପାଇଁ ୫୦୦୦ କୋଟି ଟଙ୍କା ରଖାଯାଇଛି । କୃଷକଙ୍କ ଆୟ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି । ପିଏମ କିଷାନ ଯୋଜନାରେ ଚାଷୀଙ୍କ ନାଁରେ ଥିବା ଜମିକୁ ଆଧାର ନ କରି ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ପଦକ୍ଷେପ ନିଆଯାଇଛି । ସିଏମ କିଷାନ ଯୋଜନାରେ ଅତିରିକ୍ତ ଟପଅପ୍ ପ୍ରଦାନ କରିଛୁ । ଏହି ଯୋଜନାରେ ୧୯୩୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୬୦୦ କୋଟି ଟଙ୍କା ଓ ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ସେହିପରି ବିଜେପି ସରକାର ନିଜର ପ୍ରତିଶ୍ରୁତି ମୁତାବକ ନୂଆ ଯୋଜନା ‘ସମୃଦ୍ଧ କୃଷକ ଯୋଜନା’ରେ ଧାନର ସର୍ବନିମ୍ନ ମୂଲ୍ୟ ୩୧୦୦ଟଙ୍କା ଦେବା ପାଇଁ ଅତିରିକ୍ତ ୫ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ସେହିପରି ସୁଭଦ୍ରା ଯୋଜନାରେ ୧୦ହଜାର କୋଟି ଟଙ୍କାର ଅର୍ଥ ବରାଦ କରି ମହିଳାମାନଙ୍କୁ ୫୦ହଜାର ଟଙ୍କାର ଭାଉଚର ଦେବା ପାଇଁ ବଜେଟରେ ବ୍ୟବସ୍ଥା ହୋଇଛି । ସେହିପରି ‘ମାଧେ ସିଂହ ହାତ ଖର୍ଚ୍ଚ’ ନାଁରେ ନୂଆ ଯୋଜନାରେ ୧୫୬କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଅନୁସୂଚିତ ଜନଜାତି ବର୍ଗର ଅଷ୍ଟମ ଓ ଦ୍ୱାଦଶ ଶ୍ରେଣୀ ପାସ୍ କରୁଥିବା ଓ ନବମ ଓ ଏକାଦଶରେ ନାମ ଲେଖାଉଥିବା ପିଲାଙ୍କୁ ବାର୍ଷିକ ୫ହଜାର ଟଙ୍କାର ସହାୟତା ମିଳିବ । ସେହିପରି ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା, ଅକ୍ଷୟ ଶକ୍ତି ବିକାଶ ଯୋଜନା, ଯୁବଶକ୍ତି ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ ଯୋଜନା, ଓଡ଼ିଶା ବଳଭଦ୍ର ଜୈବିକ ଚାଷ ମିଶନ, ସବୁ ଆଦିମ ଜନଜାତିଙ୍କ ବସ୍ତିକୁ ସବୁଦିନିଆ ରାସ୍ତା ପାଇଁ ପିଏମ ଜନମନ ଯୋଜନା, ଅତିରିକ୍ତ ସୌରଶକ୍ତି ପ୍ରୋତ୍ସାହନ ଯୋଜନା ଘୋଷଣା କରିଛନ୍ତି । ଏହାସହିତ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଓ ପିଏମ ସୂର୍ଯ୍ୟଘର ଯୋଜନା ଲାଗୁ ହେବ ବୋଲି ଘୋଷଣା କରିଛନ୍ତି ।

hiranchal ad1
Leave A Reply

Your email address will not be published.

twenty − 2 =