ଏନରୋଲମେଣ୍ଟ ଫି ପ୍ରସଙ୍ଗ,କାର୍ଯ୍ୟାନୁଷ୍ଠାନ ଶିଥିଳତା

0 210

ହରଭଙ୍ଗା : ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକରେ ଛାତ୍ରଛାତ୍ରୀଙ୍କ ଠାରୁ କଲେଜର ଡାଟା ଏଣ୍ଟ୍ରି ଅପରେଟର ଅଧିକ ଫି ଅସୁଲ କରିଥିବା ପ୍ରସଙ୍ଗରେ ଉପଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେବାକୁ ସୂଚନା ଦେଇଥିଲେ । ଉକ୍ତ ପ୍ରସଙ୍ଗର ତଦନ୍ତ କରି ଉପଜିଲ୍ଲାପାଳ ସମ୍ପୃକ୍ତ ଡାଟା ଏଣ୍ଟ୍ରି ଅପରେଟରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ । ଯାହାର ଉତ୍ତର ୭ ଦିନ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାର ଫଳ ସ୍ୱରୂପ ସମ୍ପୃକ୍ତ ଡାଟା ଏଣ୍ଟ୍ରି ଅପରେଟର ତାହାର ଉତ୍ତର ୩ ଦିନ ମଧ୍ୟରେ ପ୍ରଦାନ କରିଥିଲେ । ଡାଟାଏଣ୍ଟ୍ରି ଅପରେଟରଙ୍କ ସମସ୍ତ ତଥ୍ୟ ଭିତ୍ତିକରି ନିୟମ ଅନୁଯାଇ ଉକ୍ତ ଡାଟା ଏଣ୍ଟ୍ରି ଅପରେଟରଙ୍କ ବିରୋଧରେ ଖୁବ୍‌ ଶୀଘ୍ର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଥିଲେ ଏବଂ କାରଣ ଦର୍ଶାଅର ଉତ୍ତର ସାଙ୍ଗକୁ ସମସ୍ତ ଦସ୍ତାବିଜ ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ ଦାଖଲ କରାଯାଇଥିବା ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର ପ୍ରତିକ୍ରିୟା ଆଜି ରଖିଛନ୍ତି । ତେବେ କାର୍ଯ୍ୟାନୁଷ୍ଠାନକୁ ନେଇ ଶିଥିଳତା ଦେଖିବାକୁ ମିଳିଥିବା ବେଳେ ଜିଲ୍ଲା ପ୍ରଶାସନଙ୍କ କାର୍ଯ୍ୟଦକ୍ଷତାକୁ ନେଇ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରଯାଇଛି । ତେବେ ଉକ୍ତ ଫିଜ ଘଟଣାକୁ ନେଇ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଉପରେ ବିଶେଷ କରି ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

hiranchal ad1
Leave A Reply

Your email address will not be published.

twelve + 3 =