ଦଳିଦେଲା ଦନ୍ତା, ଜଣେ ମୃତ

0 281

ହରଭଙ୍ଗା :ଦଳି ଦେଲା ଦନ୍ତା ହାତୀ, ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ରେଞ୍ଜ ଅନ୍ତର୍ଗତ ପୋଢ଼ହଳ ସଂରକ୍ଷିତ ଜଙ୍ଗଲରେ । ମୃତକ ହେଲେ ବାରିଙ୍ଗ ଗୁରାପଡ଼ା ସାହିର ୫୦ ବର୍ଷୀୟ କାଶୀନାଥ ପ୍ରଧାନ ବୋଲି ଜଣାପଡିଛି । ସୂଚନା ମୁତାବକ କାଶୀନାଥ ନିକଟସ୍ତ ସୁଲୁଗାଁକୁ ଏକ ସଂପର୍କୀୟ ଘରକୁ କୁଣିଆ ଯାଇ ଫେରୁଥିବା ସମୟରେ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ । ଏପଟେ ଘର ଲୋକ ବହୁତ୍‌ ଖୋଜାଖୋଜି କରିବା ପରେ ପୋଢ଼ହଳ ସଂରକ୍ଷିତ ଜଙ୍ଗଲର ବାରିଙ୍ଗ- ଲେଙ୍ଗାରପାଯୁ ଜଙ୍ଗଲିଆ ରାସ୍ତା ନିକଟରେ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ପାଖରେ ହାତୀ ପଲ୍‌ ଥିବାରୁ ସ୍ଥାନୀୟ ରେଞ୍ଜ ଅଧିକାରୀଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବନ କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

1 + seven =