ଘୋଷଯାତ୍ରା ଲାଗି ଚଳଚଞ୍ଚଳ ରଥ ଖଳା

0 69

ପୁରୀ : ପବିତ୍ର ଘୋଷ ଯାତ୍ରା ଲାଗି ଚଳଚଞ୍ଚଳ ରଥ ଖଳା । ତିନି ରଥର ପ୍ରଥମ ଭୂଇଁ ପ୍ରେମ ନିର୍ମାଣ ଶେଷ ହେବାସହ ତିନି ରଥର ଉଭୟ ପାର୍ଶ୍ୱରେ ଗୋଟିଏ ଗୋଟିଏ ଛନ୍ଦା ଗୟଳ ମୋଡ଼ାଯାଇ କଣ୍ଟା ବସିବା ପାଇଁ ଦଉଡିରେ ବାନ୍ଧେଣୀ ପଡିଛି । ତିନିରଥ ଛନ୍ଦାଗୟଳ ମୋଡା ଶେଷ । ତିନି ରଥର ମୋଟ ୩୨ ଗୋଟି ଗୟଳ ମଧ୍ୟରୁ ୧୬ ଗୋଟି ପୋଲ ଗୟଳ ତିନି ରଥ ରେ ମୋଡା ଶେଷ ହୋଇଛି ବାକି ୧୬ ଗୋଟି ଛନ୍ଦା ଗୟଳ ମଧ୍ୟରୁ ତିନି ରଥ ଉଭୟ ପାର୍ଶ୍ୱରେ ଗୋଟିଏ ଗୋଟିଏ ଛନ୍ଦା ଗୟଳ ମୋଡାଜାଇ କଣ୍ଟା ବସିବା ପାଇଁ ଦଉଡିରେ ବାନ୍ଧେଣି ପଡ଼ିଥିଲା । ଆଜି ବାକି ୧୦ ଗୋଟି ଛନ୍ଦା ଗୟଳରୁ ତାଳଧ୍ୱଜ ରଥର ୪ଗୋଟି,ନନ୍ଦି ଘୋଷ ରଥର ୪ ଗୋଟି ଏବଂ ଦର୍ପ ଦଳନ ରଥର ୨ ଗୋଟି ଛନ୍ଦା ଗୟଳ ରଥ ଉଭୟ ପାର୍ଶ୍ୱରେ ମୋଡା ଶେଷ ହୋଇ ବାନ୍ଧେଣି ପଡ଼ି ଅଛି,ଏହା ଦୁଇପାର୍ଶ୍ୱ ନିରାଡିରେ ସଂଯୋଗ ହୋଇ ଗୟଳ ଏବଂ ନୀରାଡ଼ିରେ ଖୋଦେଇ କାପ ଶେଷ ହୋଇ କଣ୍ଟା ପଡିବା ବାକି ଅଛି ।

hiring

ତିନି ରଥର ୪୪ ଗୋଟି ଯୋକା ଫିଟିଙ୍ଗ କରାଯିବ । ରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ଭୋଇ ସେବକ ମାନେ ତିନି ରଥର ନିର୍ମାଣ ଶେଷ ହୋଇଥିବା ଯୋକା ଗୁଡ଼ିକୁ ନେଇ ତିନି ରଥରେ ଡେରିଛନ୍ତି, ଆଜି ତିନି ରଥରେ ଯୋକା ଗୁଡ଼ିକ ଫିଟିଙ୍ଗ କରାଯିବ । ଏଥି ସହ ତିନି ରଥର ୫ଟି ଲେଖାଏଁ ଜଗତ ପୃଷ୍ଠ ସେଣିରୁ ତିନି ରଥର ତିନିଟି ଲେଖାଏଁ ଜଗତପୃଷ୍ଠ ଶେଣୀର ଚଉପଟ କାର୍ଯ୍ୟ ଶେଷ ହୋଇଛି, ଏହି ଜଗତପୃଷ୍ଠ ସେଣିି ତିନିରଥ ଶ୍ରୀବିଗ୍ରହ ମାନଙ୍କ ସିଂହାସନ ବେଦୀ ନିର୍ମାଣ ପାଇଁ ଲାଗିଥାଏ ରୂପକାର ସେବକ ମାନେ ତିନି ରଥ ଦ୍ୱାର ବେଢ଼ାରେ ଲାଗିବା ପାଇଁ ନାଟ ଗୋଡରେ ରାହୁ ରୂପ ଖୋଦେଇ ଜାରୀ ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

5 × 1 =