ବାର୍ଡ ଫ୍ଲୁ ସଂକ୍ରମଣ ଅଂଚଳ ପରିଦର୍ଶନ ଓ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ

0 49

ପୁରୀ : କେନ୍ଦ୍ରୀୟ ବିଶେଷଜ୍ଞ ଦଳ ବାର୍ଡ ଫ୍ଲୁ ସଂକ୍ରମଣ ଅଂଚଳ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୁରୀ ଜିଲ୍ଲା ପିପିଲି , ସତ୍ୟବାଦୀ ପରେ ନିମାପଡା ଓ ଡେଲାଙ୍ଗରେ ବାର୍ଡ ଫ୍ଲୁ ଚିହ୍ନଟ ହେବାପରେ ରାଜ୍ୟ ସରକାରଙ୍କ ପ୍ରାଣୀ ଚିକିତ୍ସା ବିଭାଗ ତତ୍ପର ହୋଇଥିଲା । ସଂକ୍ରମିତ ଚିହ୍ନଟ ଅଂଚଳର ଏକ କିଲୋମିଟର ପରିଧି ମଧ୍ୟରେ ଥିବା କୁକୁଡ଼ା ଫାର୍ମରେ ଥିବା ବାର୍ଡଙ୍କୁ କଲିଂ କରିଥିଲା । ଦୁଇଟି ପର୍ଯ୍ୟାୟରେ ଆରଆରଟି ଟିମ ଦ୍ୱାରା ଏହି ବିଭିନ୍ନ ସ୍ଥାନରେ ବାର୍ଡ କଲିଂ ଶେଷ ହେବା ପରେ ଆଜି ରାଜ୍ୟ ପ୍ରାଣୀ ଚିକିତ୍ସା ବିଭାଗ ନିର୍ଦ୍ଦେଶକ ରାମାଶିଷ ହାଜାରା, ଅତିରିକ୍ତ ନିର୍ଦ୍ଦେଶକ ମିହିର ନାୟକ ଓ ଯୁଗ୍ମ ନିର୍ଦ୍ଦେଶକ ରବୀନ୍ଦ୍ର ସେଠଙ୍କ ସମେତ କେନ୍ଦ୍ର ପ୍ରାଣୀ ଚିକିତ୍ସା ମନ୍ତ୍ରାଳୟ ଆଡ଼ିସିନାଲ କମିଶନର ଅଭିଜିତ ମିତ୍ରଙ୍କ ନେତୃତ୍ୱରେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ ଆଜି ସଂକ୍ରମିତ ଅଂଚଳ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆଜି ଏହି ବିଶେଷଜ୍ଞ ଦଳ ପ୍ରଥମେ ନିମାପଡାର କୋଟକସାଙ୍ଗ ଠାରେ ବାର୍ଡଫ୍ଲୁ ଚିହ୍ନଟ ହୋଇଥିବା ଅତୁଲ୍ୟ ନାରାୟଣ ସିଂଙ୍କ ଫାର୍ମ ପରିଦର୍ଶନ ସହ ଏହି ଫାର୍ମର ଚାଷୀଙ୍କ ସହ ଆଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ଆକ୍ସନ ପ୍ଲାନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

three + six =