ଇସ୍କନର ଅଦିନିଆ ରଥଯାତ୍ରା ଓ ଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟକଳାପ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

0 64

ପୁରୀ : ଶ୍ରୀମନ୍ଦିର ସମ୍ମୁଖରେ ଶ୍ରୀକ୍ଷେତ୍ର ସଂସ୍କୃତି ଯୁବ ମଞ୍ଚ, ପୁରୀ ତରଫରୁ ଶତାଧିକ ସଦସ୍ୟ ଓ ବହୁ ସଂଖ୍ୟକ ଜଗନ୍ନାଥ ପ୍ରେମୀ ଏକତ୍ରିତ ହୋଇ ଇସ୍କନର ଅଦିନିଆ ରଥଯାତ୍ରା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଇସ୍କନ ସଂସ୍ଥା ଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟକଳାପ କରିବାରେ ସମସ୍ତ ସୀମା ଅତିକ୍ରମ କରିସାରିଛି । ଆମେରିକାର ହୋଷ୍ଟନ ସହରରେ ଇସ୍କନ ଦ୍ୱାରା ଆସନ୍ତା ନଭେମ୍ବର ୯ ତାରିଖରେ ଅଦିନିଆ ରଥଯାତ୍ରା ପାଳନ କରିବା ପାଇଁ ଯାଉଅଛି, ଯାହାକି ଜଗନ୍ନାଥ ସଂସ୍କୃତିକୁ ଅବମାନନା କରୁଅଛି । ବିଗତ ଦିନରେ ଇସ୍କନ ଅଦିନିଆ ସ୍ନାନଯାତ୍ରା କରିବା ପାଇଁ ସ୍ଥିର କରିଥିବା ବେଳେ ଗଜପତି ମହାରାଜାଙ୍କ ପ୍ରଦତ୍ତ ଚିଠି ଓ ଜଗନ୍ନାଥ ପ୍ରେମୀଙ୍କ ବିରୋଧ କରିବା ପରେ ଇସ୍କନ ସଂସ୍ଥା ସ୍ନାନଯାତ୍ରା ବନ୍ଦ କରିଥିବା ବେଳେ କିନ୍ତୁ ଆଗାମୀ ନଭେମ୍ବର ୯ ତାରିଖରେ ସେମାନେ ଅଦିନିଆ ରଥଯାତ୍ରା କରିବା ପାଇଁ ଯାଉଛନ୍ତି । ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଅନୁସରଣ ନକରି ଇସ୍କନ ସଂସ୍ଥା ଏହା କେବଳ ଆମେରିକା ସହରରେ ନୁହେଁ ବରଂ ବର୍ଷ ସାରା ପ୍ରତି ମାସରେ ବିଭିନ୍ନ ଯାଗାରେ ଅଦିନିଆ ରଥଯାତ୍ରା କରିବା ସହ ଜଗନ୍ନାଥ ସଂସ୍କତିକୁ ଅସମ୍ମାନ କରୁଛନ୍ତି ।
ଯଦି ଆଗାମୀ ନଭେମ୍ବର ୯ ତାରିଖରେ ଇସ୍କନ ଅଦିନିଆ ରଥଯାତ୍ରା ଓ ଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟକଳାପ ବନ୍ଦ ନ କରେ ଇସ୍କନ ସଂସ୍ଥା କୁ ରାଜରାସ୍ତାରେ ବିରୋଧ କରିବା ସହ ଶ୍ରୀକ୍ଷେତ୍ର ମାଟିରେ ଇସ୍କନକୁ ପ୍ରବେଶ ନକରେଇଦବାକୁ ମଞ୍ଚ ଚେତାବନୀ ଦେଇଛି । ଏହି ବିକ୍‌ଷୋଭ ରେ ବସନ୍ତ ରଣା, ଶକ୍ତି ରଥ, ଭୀମସେନ ପଲଙ୍କଧାରୀ, ଟୁଲୁ ପଢ଼ିଆରି, ସାଇ ମହାପାତ୍ର,ସୁବ୍ରତ ଦାସ, ରାଜେଶ ରଥ, ପ୍ରଦୀପ୍ତ ପ୍ରଧାନ, ସନ୍ତୋଷ ପୁଷ୍ପାଳକ, ଦିନେଶ ପଣ୍ଡା,ବାବୁନା ପ୍ରଧାନ, ବାବୁ ମହାପାତ୍ର, ମନୋଜ ରାଉଳ, ପୂର୍ଣ୍ଣ ଓଝା, ଶୋଭନ ସମର୍ଥା, ଗଣେଶ ବାରିକ, ରୁଦ୍ର ପାଢ଼ୀ ସାହିଲ ମହାନ୍ତି, ନରୁ ମହାନ୍ତି ଙ୍କ ସହ ମଞ୍ଚର ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

13 − 6 =