ଆଇନଜୀବୀ ପୀତବାସଙ୍କ ମେରୁଦଣ୍ଡରୁ ବହାରିଲା ୯ଏମଏମ ଗୁଳି, ହତ୍ୟାକାଣ୍ଡ ପଛରେ ସାର୍ପ ସୁଟର !

0 138

ବ୍ରହ୍ମପୁର: ବ୍ରହ୍ମପୁରରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ନେଇ ଖୋଳତାଡ ଜାରି ରଖିଛି ପୁଲିସ । ହତ୍ୟାକାଣ୍ଡ ପଛରେ ସାର୍ପ ସୁଟର ଥିବା ସନ୍ଦେହ କରାଯାଉଛି । ପୀତବାସଙ୍କ ମେରୁଦଣ୍ଡରୁ ବାହାରିଥିଲା ୯ଏମ୍‍ଏମ୍‍ ଗୁଳି । ପୂର୍ବରୁ ଯୋଜନା ମୁତାବକ ସ୍ଥିତି ଉପରେ ନଜର ରଖି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି ।

hiring

ଅନ୍ୟପଟେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣାରେ ଆଜି ସାରା ରାଜ୍ୟରେ ଓକିଲମାନେ ପ୍ରତିବାଦ କରୁଛନ୍ତି । ଆଜି କଲମ ଛାଡ ଆନ୍ଦୋଳନ କରୁଛନ୍ତି ସବୁ ଆଇନଜୀବୀ । ପୀତବାସଙ୍କ ପରିବାରକୁ କୋଟିଏ ଟଙ୍କାର କ୍ଷତିପୂରଣ ରାଶି ସହ ବିଚାର ବିଭାଗୀୟ ତଦନ୍ତ ଦାବି ହୋଇଛି । ଏହାସହ ଅଭିଯୁକ୍ତଙ୍କୁ ୪୮ଘଣ୍ଟା ମଧ୍ୟରେ ଗିରଫ କରିବାକୁ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

9 − 2 =