ପୁଣି ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା

0 77

ପୁରୀ : ପୁଣି ମଝି ଚିଲିକାରେ ଫସିଲା ଯାତ୍ରୀ ବାହୀ ଡଙ୍ଗା । ପୁରୀ ସାତପଡ଼ାରୁ ଚିଲିକା ଜହ୍ନିକୁଦା ଅଭିମୁଖେ ଯାଉଥିବା ଏକ ଯାତ୍ରୀ ବାହୀ ଡଙ୍ଗାର ମେସିନ ଖରାପ ହୋଇ ଯିବାରୁ ଗଭୀର ଚିଲିକା ଜଳ ରସିରେ ଆଗକୁ ଯାଇ ନପାରି ଫସି ଗଲା ଡଙ୍ଗା । ତେବେ ପାଖରେ ଥିବା ଅନ୍ୟ ଡଙ୍ଗା ମାଧ୍ୟମରେ ଲୋକଙ୍କୁ ଗନ୍ତବ୍ୟ ସ୍ଥାନକୁ ନିଆଯାଇଛି । ସବୁ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ତେବେ ଡଙ୍ଗାରେ ୨୫ ଯାତ୍ରୀ ଓ ୧୦ ଟି ବାଇକ୍‌ ରହିଥିଲା । ସୂଚନା ଅନୁଯାୟୀ ସାତପଡ଼ାରୁ ସକାଳ ୧୦ ଟା ୩୦ ରେ ସବୁଦିନ ଭଳି ଯାତ୍ରୀ ନେଇ ଜହ୍ନି କୁଦା ଅଭିମୁଖେ ଡଙ୍ଗା ଯାତ୍ରା ଆରଂଭ କରିଥିଲା । ତେବେ ଚିଲିକା ମଏସା ଗାଁ ନିକଟରେ ଚିଲିକା ମଝିରେ ଯାତ୍ରୀ ବାହୀ ଡଙ୍ଗାର ମେସିନଟି ଖରାପ ହୋଇ ଯାଇଥିଲା । ଯାହା ଫଳରେ ଡଙ୍ଗାଟି ଆଗକୁ ଯାଇ ନପାରି ଚିଲିକା ଜଳ ରାଶିରେ ଫସି ଯାଇଥିଲା । ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ତେବେ ଫୋନ୍‌ ଯୋଗେ ଅନ୍ୟ ଡଙ୍ଗା ଚାଳକଙ୍କୁ ଖବର ଦିଆଯାଇଥିଲା । ପରେ ଅନ୍ୟ ଡଙ୍ଗା ଚାଳକ ଆସି ଆଉ ଏକ ମେସିନ ଦେବା ପରେ ଡଙ୍ଗାଟି ଗନ୍ତବ୍ୟ ସ୍ଥଳୀ ଅଭିମୁଖେ ଯାଇଥିଲା । ତେବେ ଏହି ଭଳି ଘଟଣା ଚିଲିକାରେ ଅଧିକାଂଶ ସମୟରେ ଘଟୁଛି । ବିଶେଷ କରି ଯାତ୍ରୀବାହୀ ଡଙ୍ଗା ଚାଳକମାନେ ପୁରୁଣା ମେସିନ ବ୍ୟବହାର କରୁଥିବା ବେଳେ ଏହାର ନିୟମିତ ଯାଞ୍ଚ କରୁନାହାନ୍ତି । ସ୍ଥାନୀୟ ପ୍ରଶାସନ ଏ ଦିଗରେ କୌଣସି କାର୍ଯ୍ୟନୁଷ୍ଠାନ ନେଉ ନଥିବା ହେତୁ ଡଙ୍ଗା ଚାଳକ ଯାତ୍ରୀଙ୍କ ସୁରକ୍ଷା ନେଇ ଚିନ୍ତା କରୁନାହାନ୍ତି । ଏପରିକି ଡଙ୍ଗା ଚାଳକ ଯାତ୍ରୀଙ୍କୁ ଲାଇଫ ଜାକେଟ ମଧ୍ୟ ଦେଉ ନାହାନ୍ତି । ପ୍ରତିଦିନ ହଜାର ହଜାର ଲୋକ ଚିଲିକାରେ ପୁରୁଣା ଡଙ୍ଗା ଓ ବିନା ଲାଇଫ ଜ୍ୟାକେଟରେ ଯାତ୍ରା କରୁଛନ୍ତି । ତେବେ କିଛି ଅଘଟଣ ହେଲେ କିଏ ଦାୟୀ ରହିବ ବୋଲି ଏଠି ପ୍ରଶ୍ନ ଉଠିଛି । କଣ କିଛି ଅଘଟଣ ଘଟିଲେ ପ୍ରଶାସନ ପଦକ୍ଷେପ ନେବକି ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି । ପୁରୀ ଜିଲ୍ଲା ପ୍ରଶାସନ ଡଙ୍ଗା ଯାତ୍ରୀଙ୍କ ସୁରକ୍ଷା ଦିଗରେ ଗୁରୁତ୍ୱର କାର୍ଯ୍ୟ କରିବାକୁ ଦାବୀ ହୋଇଛି ।

hiranchal ad1
Leave A Reply

Your email address will not be published.

fourteen + seven =