ପାଣିଘେରରେ ଗୋୟଲବେର୍ଣ୍ଣା ମଠ, ପାଣି ନିଷ୍କାସନ ଦାବି

0 103

ସୁବର୍ଣ୍ଣପୁର : ସୋନପୁର ସଦର ବ୍ଲକର ବିଶିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗୋୟଲବେର୍ଣ୍ଣାଠାରେ ଥିବା ଅଲେଖ ମହିମା ମଠ ଏବେ ପାଣିଘେରରେ ରହିଛି । ଗତ କିଛିଦିନ ତଳର ବର୍ଷାରେ ବର୍ଷା ପାଣି ନିଷ୍କାସନ ହୋଇନପାରିବାରୁ ଏବେ ସଂପୂର୍ଣ୍ଣ ମଠଟି ପାଣିଘେରରେ ରହି ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ମଠ ପାର୍ଶ୍ୱରେ ନିର୍ମାଣ ହୋଇଥିବା କେନାଲର ତଳମୁଣ୍ଡରେ ମଠର ଅବସ୍ଥିତି ଯୋଗୁଁ ତଥା ତଳମୁଣ୍ଡରେ କେନାଲ ନିର୍ମାଣ ହୋଇନଥିବା ଯୋଗୁଁ ଓଭରଫ୍ଲୋ ପାଣି ହିଁ ମଠ ଚତୁପାର୍ଶ୍ୱ ଘେରି ଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ସେପଟେ ଚିର ମରୁଡି ପ୍ରପୀଡିତ ସୋନପୁର ବ୍ଲକର ଖଲିଆପାଲି, ଲଛିପୁର, ବିଶିମୁଣ୍ଡା ଅଞ୍ଚଳ ଦେଇ ଅର୍ଜୁନପୁର ଓ ପରେ କଳାପଥର ପଞ୍ଚାୟତର ବିଭିନ୍ନ ଗ୍ରାମ୍ୟମାନଙ୍କୁ ଜଳସେଚନ ପାଇଁ ଥିବା ଏହି ଗାଇଖାଇ କେନାଲ ଖନନ ପାଇଁ ସମସ୍ତ ବ୍ୟୟବରାଦ ହୋଇଥିବା ବେଳେ ମାତ୍ର କିଛି ଡିସିମିଲ ଜମି ମାଲିକଙ୍କ ଅସହଯୋଗ ଓ କିଛି ଜଙ୍ଗଲଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁଁ କାମ ଆଗକୁ ଯାଇପାରୁନାହିଁ, ଯାଫଳରେ ଏତେବଡ ଯୋଜନା ଫଳପ୍ରଦ ହେବା ପାଇଁ ସମୟ ଗଡିଚାଲିଛି । ଏ ସଂପର୍କରେ ତେଲ ଜଳସେଚନ ବିଭାଜନର ନିର୍ବାହୀ ଯନ୍ତ୍ରୀ ଇଂ. ଜିତେନ୍ଦ୍ର କୁମାର ପାଢ଼ୀଙ୍କ ପ୍ରତିକ୍ରିୟା ନେବାରୁ ଜମି ଅଧିଗ୍ରହଣର କିଛି ସମସ୍ୟା ରହିଛି ଯାହାକି ଖୁବଶିଘ୍ର ସମାଧାନ ହୋଇଯିବ ଓ ଆଗକୁ ତଳମୁଣ୍ଡର ଚାଷୀଙ୍କ ଜମି ଜଳସେଚିତ ହେବାସହ ଏଭଳି ସମସ୍ୟା ଆଉ ରହିବନାହିଁ ବୋଲି ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

two + 15 =