ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଘୋଷଯାତ୍ରା ପାଳିତ

0 271

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଚାରିଛକ ଠିଡ଼ିକା ଜୋର ଠାରେ ରୀତି ନୀତି ଅନୁଯାୟୀ ମଙ୍ଗଳ ଆଳତି, ସାହାଣମେଳା ଦର୍ଶନ, ପହଣ୍ଡି ବିଜେ ହରଭଙ୍ଗା ଅତିରିକ୍ତ ତହସିଲଦାର ବିଶ୍ୱଜିତ ପ୍ରଧାନ ଠାକୁରଙ୍କୁ ଛେରାପହରା କାର୍ଯ୍ୟ ସମ୍ପାଦନ କରିଥିଲେ । ଶ୍ରାଦ୍ଧଳୁ ଭକ୍ତଙ୍କ ନାମ, ସଂକୀର୍ତ୍ତନ, ହରିବୋଳ, ହୁଳହୁଳି, ଘଣ୍ଟ ଶଙ୍ଖ ଶବ୍ଦ ସହିତ ଜୟ ଜଗନ୍ନାଥ ଧ୍ୱନିରେ ରଥ ଟଣା ହୋଇ ମାଉସୀ ମନ୍ଦିରକୁ ପହଂଚି ଥିଲା । ଉକ୍ତ ରଥ ଯାତ୍ରାକୁ ଠିଡ଼ିକାଜୋର ରଥ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ସେହିପରି ବ୍ଲକର ତିଲେଶ୍ୱର, ରାମଗଡ, ପୁରୁଣା କଟକ, ହରଭଙ୍ଗା, ବାଇଶିପଡା, ଧଳପୁର, କୋଇଲିସୁତା, ବଦଳାସାହି, କୁମାରୀ, ଭାପୁର, କରଞ୍ଜକଟା, ବିରାମଚନ୍ଦ୍ରପୁର, କରଡ଼ି, ସରସରା ଆଦି ସ୍ଥାନ ଗୁଡିକରେ ରଥଯାତ୍ରା କମିଟି ପକ୍ଷରୁ ରୀତିନୀତି ଅନୁଯାଇ ଛେରା ପହରାଠୁ ଆରମ୍ଭ କରି ରଥଟଣା ହୋଇ ମାଉସୀ ମା ମନ୍ଦିରକୁ ମହାପ୍ରଭୁ ଭାଇ ଓ ଭଉଣୀଙ୍କୁ ଧରି ପହଂଚି ଥିଲେ । ବିଭିନ୍ନ ସ୍ଥାନରେ ଭକ୍ତଙ୍କ ବହୁ ସମାଗମ ଦେଖାଯାଇଥିଲା ବେଳେ ରଥ ଯାତ୍ରାକୁ ନେଇ ପୋଲିସ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍ଖଳ,ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଜଳ ଛତ୍ରଠୁ ଆରମ୍ଭ କରି ରଥ ଯାତ୍ରାରେ ସହଯୋଗ କରିଥିବା ବେଳେ ଓଡିଶା ସାମ୍ବାଦିକ ସଂଘବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଜଳଛତ୍ର ଓ ଦହି ପାଣା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ବରିଷ୍ଠ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁଦତ୍ତ ବୋଷ, ସମ୍ପାଦକ ଭାଗବତ ମେହେର, ବାସୁଦେବ ସାହୁ, ସୁଶାନ୍ତ କୁମାର ବେହେରା, କୁମୁଦ ଚନ୍ଦ୍ର ସାହୁ, ସଦାନନ୍ଦ ନାଏକ ପ୍ରମୁଖ ସହଯୋଗ କରିଥିଲେ ।

hiring
hiranchal ad1
Leave A Reply

Your email address will not be published.

3 × 4 =