ଜିଲ୍ଲାପାଳଙ୍କୁ ଗାଁ ସାଥୀଙ୍କ ସ୍ମାରକ ପତ୍ର ପ୍ରଦାନ

0 72

ପାରଳାଖେମୁଣ୍ଡି : ବିଭିନ୍ନ ଦାବୀ ନେଇ ଗଜପତି ଜିଲ୍ଲା ଗାଁ ସାଥୀ ମେଟ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ସମସ୍ତ ଗାଁ ସାଥୀଙ୍କୁ ତାଲିମ ଦେବାକୁ ଅନୁରୋଧ କରାଯାଇଥିବା ବେଳେ ସରକାରଙ୍କ ନିର୍ଦ୍ଦେଶନାମାକୁ ବିଭିନ୍ନ ବ୍ଲକରେ ସଠିକ ଭାବେ ଲାଗୁ କରିବାକୁ ଅନୁରୋଧ କରାଯାଇଥିଲା । ୨୦୦୮ରେ ବିଭିନ୍ନ ବ୍ଲକରେ ନିଯୁକ୍ତି ପାଇଥିବା ଗାଁ ସାଥୀ ଓ ଖାଲି ଥିବା ରାଜସ୍ୱ ଗ୍ରାମରେ ପଲ୍ଲୀସଭା ମାଧ୍ୟମରେ ଚୟନ ହୋଇ ଥିବା ମେଟ କାର୍ଯ୍ୟରତ ଅଛନ୍ତି । ଯାହା ସରକାରୀ ଡାଟା ବେଶରେ ରହିଛି । ହେଲେ ସରକାରୀ ଡାଟା ବେଶକୁ ଅଣାଦେଖା କରି କିଛି ବ୍ଲକ ଓ ପଞ୍ଚୟତରେ ଅଣ ମେଟଙ୍କୁ ନିଯୁକ୍ତି କରାଯାଇଛି । ସେହି ଅଣମେଟଙ୍କୁ ଉଚ୍ଛେଦ କରିବାକୁ ସଙ୍ଘ ପକ୍ଷରୁ ଦାବି କରାଯାଇଥିଲା । ସେହି ପରି ମନରେଗା କାର୍ଯ୍ୟରେ ନିୟୋଜିତ ମେଟ ମାନଙ୍କୁ ଦୈନିକ ମଜୁରୀ ନିମନ୍ତେ ମାଷ୍ଟର ରୁଲ ବ୍ୟବହାର କରାଯାଉ ନ ଥିବାରୁ ମେଟ ମାନେ ପାରିଶ୍ରମିକ ପାଇବାରୁ ବଞ୍ଚିତ ହେଉଛନ୍ତି । ମେଟଙ୍କ ଡାଟା ବେଶ ତାଲିକା ପ୍ରଦାନ ନିମନ୍ତେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ, ତାହା କାର୍ଯ୍ୟ କାରି ହୋଇ ନ ଥିବା ଅଭିଯୋଗ କରାଯାଇଥିଲା । ମେଟଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ମାଷ୍ଟର ତାଲିମ ପ୍ରଦାନ କରାଯାଉ ବୋଲି ସେମାନେ ଦାବୀ କରିଛନ୍ତି । ସ୍ମାରକପତ୍ର ପ୍ରଦାନ ବେଳେ ସଙ୍ଘ ସଭାପତି ପଞ୍ଚୁ ନାୟକ, ସମ୍ପାଦକ ମନୋଜ ଭୂୟାଁଙ୍କ ସମେତ ବିଭିନ୍ନ ବ୍ଳକର ଗାଁ ସାଥୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

three × 2 =