ବଡଦାଣ୍ଡରେ ଉଡିବନି ଡ୍ରୋନ, କଟକଣା ଲଗାଇଲା ପ୍ରଶାସନ
ପୁରୀ : ଡ୍ରୋନ୍ ଉଡାଣ ଉପରେ କଟକଣା । ଶ୍ରୀଗୁଣ୍ଡିଚା ଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଡ୍ରୋନ୍ କ୍ୟାମେରା ଉଡ଼ାଇବା ଉପରେ କଟକଣା । ଭକ୍ତ ଓ ରଥଯାତ୍ରା ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି ଏହି ପଦକ୍ଷେପ ।କେବଳ ପୁରୀ ପୋଲିସ ପ୍ରଶାସନ ଟ୍ରାଫିକ,ଜନଗହଳି ନିୟନ୍ତ୍ରଣ ତଥା ଟ୍ରାଫିକ ସୁପରିଚାଳନା ପାଇଁ ଉଡ଼ିବ ଡ୍ରୋନ । ଏସପି କେ.ବିଶାଲ ସିଂହଙ୍କ ଟୁଇଟ ଯୋଗେ ଏହି ସୂଚନା ଦେଇଛନ୍ତି ।