ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହେଲା ପ୍ରୋଟିନ ଓ ଜିଙ୍କଯୁକ୍ତ ଧାନ ଚାଷ

0 80

ନବରଙ୍ଗପୁର: ମହିଳା ଓ ଶିଶୁ ମାନଙ୍କ ଅପପୁଷ୍ଟିକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ ଅନ୍ତର୍ଗତ ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ୱର ପକ୍ଷରୁ ପ୍ରୋଟିନ ଓ ଜିଙ୍କ ଯୁକ୍ତ ଧାନ ବିହନ ବଣ୍ଟନ କାର୍ଯ୍ୟକ୍ରମ କୋଷାଗୁମୁଡା ବ୍ଲକ ରାଜା ଚଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ୱର ପକ୍ଷରୁ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ କଟକର ପ୍ରୋଟିନ ଓ ଜୀଙ୍କ ଯୁକ୍ତ ସିଆର୍‌ ୩୧୧ କିସମର ଅଧିକ ଅମଳକ୍ଷମ ଧାନ ବିହନ ୪ ଟି ଗ୍ରାମ ପଞ୍ଚାୟତର ୧୪ ଜଣ ଚାଷୀଙ୍କୁ ୧୦ କିଲୋଗ୍ରାମ ଲେଖାଏଁ ଯୋଗାଇ ଦିଆଯାଇଛି । ଏହି ଦୁଇଟି କିସମ ମାଧ୍ୟମ କିସମ ଜମିରେ ଚାଷ କରାଯାଇପାରିବ । ହେକ୍ଟର ପିଛା ୫୫୦୦ କେଜି ଧାନ ଅମଳ ହୋଇପାରିବ ବୋଲି ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ କଟକ ପକ୍ଷରୁ କୁହାଯାଇଛି । ଡିବିଟି କିଶାନ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ଧାନ ବିହନ ଯୋଗାଇ ଦିଆ ଯାଇଛି । କୋଡ଼ିଙ୍ଗା ତହସିଲଦାର ଟିକୁନ ପୁଟା ଓ କୋଷାଗୁମୁଡା ବ୍ଲକ କୃଷି ଅଧିକାରୀ ଦୁର୍ଯ୍ୟେଧନ ଜାନୀ ଚାଷୀଙ୍କୁ ଏହି ଧାନ ବିହନ ବଣ୍ଟନ କରିଥିଲେ । ବିଜ୍ଞାନ ସଞ୍ଚାରକ ଲକ୍ଷ୍ମୀ ନାରାୟଣ ବକ୍ସି, କୋଡିଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷା ଅମିତା ରାଏ ଉପସ୍ଥିତ ଥିଲେ । ଏହି କିସମ ୧୩୫ ଦିନିଆ ଫସଲ ହୋଇଥିବା ବେଳେ ୫୦୪୦ କେଜି ପ୍ରତି ହେକ୍ଟର ଅମଳ ହୋଇପାରିବ ବୋଲି ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ କଟକ ପାଖରୁ କୁହାଯାଇଛି । ଏହା ବିଭିନ୍ନ ରୋଗ ପ୍ରତିରକ୍ଷା କ୍ଷମତା ରହିବା ଦ୍ୱାରା ଅନେକ ଲାଭ ମିଳିପାରିବ ।

hiranchal ad1
Leave A Reply

Your email address will not be published.

four × five =