ସହକାରୀ ନିର୍ଦ୍ଦେଶକ ବିଧି ଭାବରେ ନିଯୁକ୍ତି ପାଇଲେ ବିଜୟ ଲଷ୍ମୀ

0 152

ଫୁଲବାଣୀ : ଓଡ଼ିଶା ସରକାରଙ୍କ ଗୃହ ବିଭାଗରେ ସହକାରୀ ନିର୍ଦ୍ଦେଶକ ବିଧି ଭାବରେ ନିଯୁକ୍ତି ପାଇଛନ୍ତି ଫୁଲବାଣୀ ଓକିଲ ସଂଘର ସଦସ୍ୟା ବିଜୟ ଲଷ୍ମୀ ଭୋଇ । ସୂଚନା ଅନୁସାରେ ଏହି ପଦବୀଟି ନୂତନ ଭାବରେ ସୃଷ୍ଟି କରାଯାଇଅଛି । ୯୦ଟି ପଦବୀ ପାଇଁ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୬୨ ଜଣ କୃତକାର୍ଯ୍ୟ ହୋଇ ୧୩/୦୭/୨୩ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଲୋକସଭା ଭବନର କନଭେନସନ ହଲ ଠାରେ ନିଯୁକ୍ତି ପତ୍ର ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ଓକିଲ ସଂଘ ଫୁଲବାଣୀର କାର୍ଯ୍ୟରତ ଥିବା(ଅସୀମ ପ୍ରହରାଜ ଅଫିସ ଆସିଷ୍ଟାଣ୍ଟ) ସୁଶ୍ରୀ ବିଜୟ ଲଷ୍ମୀ ଭୋଇ କୃତକାର୍ଯ୍ୟ ହୋଇଛନ୍ତି । ଏନେଇ ଓକିଲ ସଙ୍ଘ ପକ୍ଷରୁ ସଭାପତି ଭଗବାନ ମହାନ୍ତି, ଉପସଭାପତି ବିଣାପାଣୀ ପ୍ରଧାନ ଓ ସମ୍ପାଦକ କମଳ କୁମାର ବେହେରାଙ୍କ ସମେତ ସମସ୍ତ ଆଇନଜୀବୀ ତାଙ୍କର କୃତୀରେ ଶୁଭେଚ୍ଛା ଜଣାଇଛନ୍ତି । ଗତକାଲି ସରକାରୀ ସ୍ୱତନ୍ତ୍ର ପିପି ଅସୀମ ପ୍ରହରାଜ ଏବଂ ତାଙ୍କ ଅଫିସର ସହକାରୀ ଆଇନଜୀବୀ ଦୁର୍ଗା ଶଙ୍କର ପଟ୍ଟନାୟକ, ପ୍ରଦୀପ୍ତ ରଞ୍ଜନ ନାୟକ,ସାଇ ଚନ୍ଦନ ସାହୁ ପ୍ରମୁଖ କୃତଜ୍ଞତା ଜଣାଇବା ସହ ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × 3 =