ହରଭଙ୍ଗା :ଓଡ଼ିଶା ଧୋନି ଫ୍ୟାନ୍ ସଂଗଠନ ଏମଏସଡ଼ି଼ଆନ୍ସ ଆସୋସିଏସନ୍ ଅଫ୍ ଓଡ଼ିଶା ତରଫରୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳୀ ତଥା ବିଶ୍ୱ ବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ୪୨ତମ ଜନ୍ମ ଦିନ ଅବସରରେ ଭୁବନେଶ୍ୱର ଠାରେ ଆୟୋଜିତ ଐକ୍ୟମ୍ – ୨ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ଗ୍ରାମର ଯୁବ ସ୍ୱେଚ୍ଛାସେବୀ ତଥା ଯୁବକବି ତୋଫାନ୍ ଦେହୁରୀଙ୍କୁ ତାଙ୍କର ଉତ୍ତମ ଚରିତ୍ର,ବ୍ୟବହାର ଓ କାର୍ଯ୍ୟ ଶୈଳୀ ପାଇଁ ଉତ୍କର୍ଷ ଚରିତ୍ର ସମ୍ମାନ ୨୦୨୨-୨୩ ସମ୍ମାନରେ ସମ୍ମାନିତ କରାଯାଇଛି । ତାଙ୍କ ସହିତ ବୌଦ୍ଧ ଜିଲ୍ଲା ରାଇପୁର ଗ୍ରାମର ଅରୁଣ ମଲ୍ଲିକଙ୍କୁ ଶ୍ରେଷ୍ଠ ଏମଏସଡ଼ି଼ଆନ୍ସ୍ -୨୦୨୨-୨୩ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭିଜିଲାନ୍ସର ଯୁଗ୍ମ ସଚିବ ଶ୍ରୀମତୀ ଲତାଶ୍ରୀ ଶର୍ମା (ଓଏଏସ୍), ସମ୍ମାନିତ ଅତିଥି ଭାବେ ଭାରତୀୟ ମହିଳା କ୍ରିକେଟ୍ ଖେଳାଳି ସୁଶ୍ରୀ ଦିବ୍ୟଦର୍ଶିନୀ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ଓଡ଼ିଶା ମହିଳା କ୍ରିକେଟ୍ ଦଳର ଖେଳାଳୀ ଇନ୍ଦ୍ରାଣୀ ଛତ୍ରିଆ ମଧ୍ୟ ଯୋଗଦାନ କରିଥିଲେ । ଉକ୍ତ ସମ୍ମାନରେ ସମ୍ମାନିତ ହେବା ପରେ ଶ୍ରୀ ଦେହୁରୀ ତାଙ୍କୁ ଜଣେ ଧୋନିଙ୍କ ପ୍ରଶଂସକରୁ ସ୍ୱେଚ୍ଛାସେବୀ ଭାବେ ଗଢିବା ସହିତ ଜଣେ ଭଲ ମଣିଷ ହୋଇ ସମାଜର ମଙ୍ଗଳ ପାଇଁ କାମ କରିବାକୁ ସବୁବେଳେ ପ୍ରେରଣା ଯୋଗାଉଥିବାରୁ ଏମଏସଡ଼ି଼ଆନ୍ସ ଆସୋସିଏସନ୍ ଅଫ୍ ଓଡ଼ିଶା ପରିବାରକୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିବା ସହିତ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଏମଏସଡ଼ି଼ଆନ୍ସ ଆସୋସିଏସନ୍ ଅଫ୍ ଓଡ଼ିଶା ପରିବାରର ମଙ୍ଗଳ କାମନା କରିଛନ୍ତି ।