ସୁବର୍ଣ୍ଣପୁର: ଜିଲ୍ଲା ବିଜେପି ସଭାପତି ପ୍ରମୋଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ପ୍ରଭାସ ଲଜରେ ଅନୁଷ୍ଠିତ ହୋଇଛି । ଏଥିରେ ବରିଷ୍ଠ ନେତା ବଳରାମ ସିଂହ ଯାଦବ ବିଜେପିର ପ୍ରାଥମିକ ସଦସ୍ୟ ନ ଥିବା ଓ ୨୦୧୯ ରେ ବଳଦେବ ପ୍ରସାଦ ବେଦବାକ୍ ବିଜେପି ଦଳରେ ପଦାଧିକାରୀ ଥିବା କଥା କହିଥିଲେ । ମାତ୍ର ପରେ ସେ ଦଳରୁ ନିଲମ୍ବିତ ହୋଇଛନ୍ତି ବୋଲି ପ୍ରତିକ୍ରିୟା ରଖିଥିଲେ । ବିଜେପିର ଜିଲ୍ଲା ସଭାପତି, ବ୍ଲକ୍ ସଭାପତି କିମ୍ବା ମଣ୍ଡଳ ସ୍ତରୀୟ ସଭାପତିଙ୍କ ବିନା ଅନୁମତିରେ ତରଭା, ବିନିକା, ଉଲୁଣ୍ଡାରେ କର୍ମୀଙ୍କୁ ଦଳୀୟ କାର୍ଯ୍ୟକ୍ରମ କହି ଜିଲ୍ଲାର ବିଭିନ୍ନ ବ୍ଲକ୍ ଅଫିସ୍ ସବୁ ଘେରାଉ କରି ଦଳୀୟ ମାନ ସମ୍ମାନ ହାନି କରୁଥିବା ସେ ଅଭିଯୋଗ କରିଛନ୍ତି । ରାଜ୍ୟ ଓ ଜାତୀୟ ସ୍ତରୀୟ ନେତାଙ୍କ ଫଟୋ ଥିବା ବ୍ୟାନର ଲଗାଇ ସଭା ସମିତି କରି ଦଳୀୟ ଛବିକୁ ମଳିନ କରୁଥିବା ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର ପ୍ରତିକ୍ରିୟା ରଖିଥିଲେ । ସେହିପରି ଏହା ବିରୋଧରେ ଆରକ୍ଷୀ ଅଧିକ୍ଷକ ଓ ରାଜ୍ୟ କର୍ମକର୍ତ୍ତାଙ୍କୁ ମଧ୍ୟ ଭେଟି ଲିଖିତ ଅଭିଯୋଗ କରିଥିବା ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ।