ଡାକ୍ତରଙ୍କ ନର୍ସିଂହୋମ ପ୍ରୀତିଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ ଘଟଣା, ଜିଲ୍ଲାପାଳ କହିଲେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ

0 160

ସୁବର୍ଣ୍ଣପୁର : ଗତ ୭ତାରିଖରେ ଜିଲ୍ଲାର ସ୍ତ୍ରୀ ଓ ପ୍ରସୂତି ବିଭାଗ ଚିକିତ୍ସାଳୟରୁ ସ୍ଥାନାନ୍ତରିତ ହୋଇ ସହରର ଆଶା ନର୍ସିଂହୋମରେ ଅସ୍ତ୍ରୋପଚାର ପରେ ଏକ ଶିଶୁକନ୍ୟାକୁ ପ୍ରସବ ପରେ ପ୍ରସୂତି ରଞ୍ଜିତା ବାଘଙ୍କ ପ୍ରଚୁର ରକ୍ତସ୍ରାବ ହେତୁ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାଯୋଗୁଁ ତାଙ୍କୁ ଅସ୍ତ୍ରୋପଚାର କରିଥିବା ଡାକ୍ତର ପ୍ରସୂତିଙ୍କ ପାଇଁ ସ୍ଥାନୀୟ ରକ୍ତ ଭଣ୍ଡାରରୁ ୫ୟୁନିଟ ରକ୍ତ ମଗାଇଥିଲେ ହେଁ ଅପରାହ୍ନ ୪ଟା ଭିତରେ ରଞ୍ଜିତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କୁ ଏକ ପ୍ରାଇଭେଟ ଆମ୍ବୁଲାନ୍ସରେ ବୁର୍ଲା ପଠାଇଥିଲେ, ହେଲେ ସେଠାରେ ରଞ୍ଜିତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ଉପରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏହି ଘଟଣା ସଂପର୍କରେ ମୁଁ ଅବଗତ ଅଛି । ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି ସେ କହିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସେ ସିଡିଏମ୍‌ଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ରିପୋର୍ଟ ଆଧାରରେ ଯଦିକେହି ଦୋଷୀ ଥିବେ ତାହେଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ସେହିପରି ବ୍ରହ୍ମପୁର ର ମାନବାଧିକାର କର୍ମୀ ରବିନ୍ଦ୍ର ମିଶ୍ର ମଧ୍ୟ ସୋମବାରଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତକରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ମୃତ ରଞ୍ଜିତାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ଘଟଣାର ନିରପେକ୍ଷ ତଦନ୍ତ ପୂର୍ବକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜ଼ିଲ୍ଲା ସ୍ୱାସ୍ଥ୍ୟ ସେବାରେ ସମ୍ପୂର୍ଣ୍ଣ ସୁଧାର ଆଣିବାକୁ ଜ଼ିଲ୍ଲାପାଳ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବୁଦ୍ଧିଜୀବୀ ମହଲ ଦାବି ହେଉଛି ।
ସୂଚନାଯୋଗ୍ୟ ଯେ, ସଂପୃକ୍ତ ଡାକ୍ତରଙ୍କ ନର୍ସିଂହୋମ ପ୍ରତି ଯୋଗୁଁ ପ୍ରସୂତି ଜଣକ ଅକାଳ ମୃତ୍ୟୁବରଣ କଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × three =