ପୁରୀ : ଅଯୋଧ୍ୟାରୁ ଆସିଛି ଡାକରା । ଅଯୋଧ୍ୟା ଯିବେ ପୁରୀର ୬ ମଠାଧୀଶ । ଆସନ୍ତା ଜାନୁଆରୀ ୨୨ ତାରିଖ ପୌଷ ଶୁକ୍ଳ ଦ୍ୱାଦଶୀ ତିଥିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ପାଇଁ ଜାନୁଆରୀ ୧୯ ତାରିଖ ତାରିଖରେ ଅଯୋଧ୍ୟା ଯାତ୍ରା କରିବେ ଏହି ମଠାଧୀଶ ମାନେ । ବନାରସ ପହଞ୍ଚିବା ପରେ ସେହିଠାରୁ ଭାରତ ସରକାରଙ୍କ ତରଫରୁ ଏମାନଙ୍କୁ ଅଯୋଧ୍ୟା ନେବାର ସମସ୍ତ ବନ୍ଦୋବସ୍ତ କରାଯିବ । ପୁରୀର ୬ ଟି ମଠ ଯଥା ଉତ୍ତର ପାର୍ଶ୍ୱ ମଠ, ରାଧାବଲ୍ଲଭ ମଠ, ପାପୁଡ଼ିଆ ମଠ,ମହିପ୍ରକାଶ ମଠ,ସୁନ୍ଦର୍ ଦାସ ମଠହାତୀ ଆଖଡ଼ା ମଠ ସମେତ ଓଡ଼ିଶାର ଅନେକ ମଠ ଅଯୋଧ୍ୟାର ଏହି ଭବ୍ୟ ଉତ୍ସବ ରେ ସାମିଲ୍ ହେବେ । ପୁରୀ ଶ୍ରୀମନ୍ଦିର ଛତିଶାନିଯୋଗ ମହାନାୟକ ମଧ୍ୟ ଏହି ଭବ୍ୟ ଉତ୍ସବରେ ସାମିଲ ହେବେ । ହିନ୍ଦୁ ଧର୍ମର ରୀତି ଅନୁସାରେ ନିଜକୁ ଶ୍ରୀରାମଙ୍କ ସେବକ ଭାବରେ ଗର୍ବ ଅନୁଭବ କରୁ କହିଛନ୍ତି ଉତ୍ତରପାର୍ଶ୍ୱ ମଠ ମହନ୍ତ ରାମାନୁଜ ଦାସ । ଶ୍ରୀରାମଙ୍କ ଜନ୍ମୋତ୍ସବ ଦେଖିବା ପାଇଁ ନିମନ୍ତ୍ରିତ ହୋଇ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ଏହି ମଠାଧୀଶ ମାନେ ।