ଜି.ଉଦୟଗିରି(ହୀ.ପ୍ର): କଳିଙ୍ଗା ପଞ୍ଚାୟତ ରାଇପଦା ଛକ ନିକଟ ରାସ୍ତା କଡ଼ରେ ଏକ ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ପାଇଁ ଜି.ଉଦୟଗିରି ବିଡିଓ ଶରତ କୁମାର ମଲ୍ଲିକ ନିଜ ଗାଡ଼ିରେ ଡାକ୍ତରଖାନା ନେଇ ଚିକିତ୍ସା କରାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ କୁର୍ମୀଙ୍ଗିଆ ଗ୍ରାମର ସତ୍ୟ ରଞ୍ଜନ ପ୍ରଧାନଙ୍କ ଝିଅ ଏସ ପ୍ରତ୍ୟାସା ପ୍ରଧାନଙ୍କ ସ୍କୁଟି ଦୁର୍ଘଟଣା ହେବା ପରେ ମୁହଁ ଏବଂ ଗୋଡ଼ରେ ଆହତ ହେଇଥିଲା । ଠିକ୍ ସେହି ସମୟରେ ସେହି ରାସ୍ତା ଦେଇ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଶରତ କୁମାର ମଲ୍ଲିକ ଫେରୁଥିବା ବେଳେ ଘଟଣା ସ୍ଥଳରୁ ଆହତ ଏସ ପ୍ରତ୍ୟାଶାଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲ୍ କୁ ନେଇ ଚିକିତ୍ସା କରେଇଥିଲେ । ବିଡ଼ିଓଙ୍କ ସାଥିରେ ଥିବା ବ୍ଲକ୍ କର୍ମଚାରୀ ଏଇଇ ଅସିତ୍ କୁମାର ସେଠି , ବିପିସି ଜଗନ୍ନାଥ ରଥ,ଏମଆଇ ପ୍ରଜ୍ଞା ପରମିତା ପ୍ରଧାନ ,ବିଆରସି ମାନୁଆଲ ନାୟକ, ଗିଦିଆନ୍ ନାୟକ ପ୍ରମୁଖ ସହଯୋଗ କରିଥିଲେ । ବିଡ଼ିଓ ଙ୍କ ଏହି ସମାଜସେବା କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି ।
