ରାମଗଡ଼ ସରପଞ୍ଚଙ୍କ ଅଚାନକ ସ୍କୁଲ ପରିଦର୍ଶନ

0 67

ହରଭଙ୍ଗା : ଦେଇଥିବା ପ୍ରତିଶୃତିକୁ ଗୋଟିଏ ପରେ ଗୋଟିଏ ପୂରଣ କରି ଏକ ଆଦର୍ଶ ପଞ୍ଚାୟତ ଗଢିତୋଳିବାର ସ୍ୱପ୍ନକୁ ସାକାର କରିବାରେ ଲାଗିଛନ୍ତି ରାମଗଡ ସରପଞ୍ଚ ପ୍ରବାସିନୀ ଯୋଶୀ । ପଞ୍ଚାୟତର ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ଆଲୋକୀକରଣ, ପାନୀୟ ଜଳକୁ ପ୍ରାଧାନ୍ୟ ଦେଇ ଆଜି ହଠାତ ରାମଗଡ ୫-ଟି ସ୍କୁଲ, ପ୍ରାଥମିକ ବିଦ୍ୟାଳୟ ଓ ରାମଗଡ ଅଙ୍ଗନବାଡି କେନ୍ଦ୍ର (କ )କୁ ପରିଦର୍ଶନ କରିଥିଲେ । ୫-ଟି ସ୍କୁଲର ଶ୍ରେଣୀ ଗୃହକୁ ଯାଇ ପିଲାଙ୍କ ପାଠ ପଢା ବୁଝିବା ସହ ଛାତଛାତ୍ରୀଙ୍କ ସହିତ ପାନୀୟ ଜଳ, ମଧ୍ୟାହ୍ନ ଭୋଜନ,ଉପସ୍ଥାନ, ପରିସ୍ରାଗାର, ଆଲୋକୀ କରଣ ଉପରେ ପଚାରି ବୁଝିଥିଲେ ଓ ବୁଲି ଦେଖିଥିଲେ । ସେହିପରି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହିତ ଗୁଣାତ୍ମକ ଶିକ୍ଷାର ଶିକ୍ଷା ଦାନ ଉପରେ ଆଲୋଚନା କରିଥିଲେ । ପରେ ପ୍ରାଥମିକ ବିଦ୍ୟାଳୟକୁ ଯାଇ ମଧ୍ୟାହ୍ନ ଭୋଜନ ଖାଦ୍ୟ ପରଖିବା ସହ ସ୍କୁଲର ଭିତ୍ତିଭୂମି ବୁଲି ଦେଖିଥିଲେ । ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହର ଆବଶ୍ୟକ ଥିବାରୁ ଖୁବଶୀଘ୍ର ଶିକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରି ଶ୍ରେଣୀ ଗୃହ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଅନ୍ୟ ପଟେ ରାମଗଡ ଅଙ୍ଗନବାଡି କେନ୍ଦ୍ର (କ )ପରିଦର୍ଶନ କରି ପୋଷକ ଖାଦ୍ୟ ପରୀକ୍ଷା ସହିତ ଛାତ୍ର ଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଥିଲେ । ସରପଞ୍ଚ ଉକ୍ତ ସମସ୍ତ କାର୍ଯ୍ୟକ୍ରମ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ।

hiranchal ad1
Leave A Reply

Your email address will not be published.

five + 8 =