ବୋମା ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଗିରଫ

0 179

ପୁରୀ,(ହୀ.ପ୍ର): ପୁରୀ ସମୁଦ୍ରକୁଳ ଥାନା ଅନ୍ତର୍ଗତ ଗୌଡ଼ବାଡା ସାହି ମାଛ ମାର୍କେଟ ରେ ଗତ ୧୪ ତାରିଖରେ ସନ୍ତୋଷ ସାହୁଙ୍କ ଚିକେନ ଦୋକାନ ନିକଟରେ ବୋମା ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜା ମଲ୍ଲିକ ସମେତ ୫ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରେ ଚାରୋଟି ଜୀବନ୍ତ ବୋମା ଦୁଇଟି ବାଇକ, ଗୋଟିଏ ଫୋନ ଏବଂ ଗୋଟେ ଭୁଜାଲି ଜବତ କରାଯାଇଛି । ରାଜା ସିଆରପିସି ୧୧୦ଦଫାରେ ବୁକ ହେବା ସହ ନିକଟରେ ଜେଲ ଯାଇ ଆସିବା ପରେ ଏକ ଗ୍ୟାଙ୍ଗ କରି ଆତଙ୍କ ଖେଳାଇଥିଲା । ଅଞ୍ଚଳରେ ଦାଦାବଟି ମାଗିବା ସହ ଛୋଟବଡ଼ ଘଟଣାରେ ସମ୍ପୃକ୍ତ ଥିଲା । ରାଜା ନାମରେ ପୂର୍ବରୁ ସମୁଦ୍ରକୁଳ ଥାନାରେ ଚାରୋଟି ମାମଲା ରହିଛି । ୧୪ତାରିଖ ସନ୍ଧ୍ୟାରେ ରାଜା ମଲ୍ଲିକ ନିଜ ସହଯୋଗୀ ରଘୁ ମଲ୍ଲିକ, ଅକ୍ଷୟ ରାଉତ, ସୁନୀଲ ସାହୁ ଓ ମାନସ ଭୋଇ ସହ ମିଶି ମାଛ ମାର୍କେଟ ରେ ଥିବା ସନ୍ତୋଷ ସାହୁଙ୍କ ଚିକେନ କାଉଣ୍ଟର ରେ ଦାଦାବାଟି ମାଗିବା ସହ ବୋମା ମାଡ଼ କରି ଫେରାର ରହିଥିଲା । ଏହି ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏନେଇ ଏସପି କେ ବିଶାଳ ସିଂଙ୍କ ନିର୍ଦ୍ଦେଶ ରେ ସମୁଦ୍ର କୂଳ ଥାନା ଓ ସ୍ୱତନ୍ତ୍ର ସ୍କ୍ୱାଡ଼ କୁ ନେଇ ଗଠିତ ଟିମ ୨୪ଘଣ୍ଟା ମଧ୍ୟରେ ସଫଳତା ପାଇଥିବା ଆଜି ସମ୍ମିଳନୀ ରେ ଅତିରିକ୍ତ ଏସ୍ପି ସୂଚନା ଦେଇଛନ୍ତି । ସମ୍ମିଳନୀରେ ସିଟି ଡିଏସପି ବି କେ ହରିପ୍ରସାଦ ଏବଂ ସମୁଦ୍ର କୁଳ ଥାନଧିକାରୀ ମାନସ ରଞ୍ଜନ ଚକ୍ର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

twenty − 17 =