କେନ୍ଦୁଝର : ଆଜି କେନ୍ଦୁଝର ସହର ସ୍ଥିତ ସହିତ ସଦନ ଠାରେ ବହୁଜନ ମୁକ୍ତି ପାର୍ଟି ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ରାଷ୍ଟ୍ରିୟ ସଚିବ ଏବଂ ଓଡିଶା ରାଜ୍ୟ ପ୍ରଣାରୀ ଦାୟୀତ୍ୱରେ ଥିବା ଭାରତଚନ୍ଦ୍ର ସିଂ ସୂଚନା ଦେଇଥିଲେ ଯେ, ଆଗାମି ୨୦୨୪ ନିର୍ବାଚନରେ ବହୁଜନ ମୁକ୍ତି ମୋର୍ଚ୍ଚା ଦଳ ନିଜ ନିର୍ବାଚନୀ ଇସ୍ତାହାର ଏକ ଟଙ୍କିଆ ଷ୍ଟାମ୍ପ ପେପରରେ ଲିଖିତ ଆକାରରେ ପ୍ରକାଶ କରିବ ଯାହା ଆଜି ପର୍ଯ୍ୟନ୍ତ କୌଣସି ଦଳକରି ନାହାନ୍ତି । ଏହା ର ଖିଲାପ ଦଳ କଲେ ଯେ କେହିବି ଦଳ ବିରୋଦ୍ଧରେ କୋର୍ଟର ଦ୍ୱାରସ୍ଥ ହୋଇପାରିବେ ବୋଲି ଆହ୍ୱାନ କରିଥିଲେ । ଦଳ ଚଳିତ ନିର୍ବାଚନରେ କେନ୍ଦୁଝାର ଲୋକସଭା ଆସନ ତଥା ବିଧାନସଭାର ୬ଟି ଆସନ ପାଇଁ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଥିଲେ । ଏହି କାର୍ଯ୍ୟ କ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଆଶାୟୀ ବିଧାନସଭା ପ୍ରାର୍ଥୀ ବାସନ୍ତୀମୁଣ୍ଡା, ନୀଳମଣି ମୁଣ୍ଡା, ରାଜକିଶୋର ମୁଣ୍ଡା କେନ୍ଦୁଝର ସଂସଦ ପ୍ରାର୍ଥୀ ରଘୁମଣି ନାଏକ, ତଥା ପର୍ଟିର ବିଭିନ୍ନ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।