୭୭ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

0 188

ପାରଳାଖେମୁଣ୍ଡି : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ଗଜପତି ଷ୍ଟାଡିୟମ୍‌ ଠାରେ ମହା ସମାରୋହରେ ପାଳିତ ହେବ । ଚଳିତ ବର୍ଷର ସ୍ୱାଧୀନତା ଦିବସଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ନେଇ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପ-ଜିଲ୍ଲାପଳ ପାରଳାଖେମୁଣ୍ଡି ଆଲୋକ କୁମାର ପ୍ରଧାନ ମଞ୍ଚାସିନ ଥିଲେ ।
ଚଳିତ ସ୍ୱାଧୀନତା ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିପାରିବେ । ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିବେ । ଏଥି ସକାଶେ ଚଳିତ ମାସ ଅଗଷ୍ଟ ୧୧,୧୨, ଓ ୧୩ ତାରିଖ ଦିନ ପ୍ୟାରେଡ଼ ଅଭ୍ୟାସ ଗଜପତି ଷ୍ଟାଡିୟମ୍‌ ଠାରେ ଅନୁଷ୍ଠିତ ହେବ । ଜାତୀୟ ଉତ୍ସବ ପାଳନ ଦିନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ସକାଳ ୪.୩୦ ଘଟିକା ସମୟରେ ପାରଳାଖେମୁଣ୍ଡି ସହରରେ ରାମଧୂନ ପରିବେଷଣ କରାଯିବ । ସକଳ ୯ ଘଟିକା ୧୫ ମିନଟ ସମୟରେ ଗଜପତି ଷ୍ଟାଡିୟମ୍‌ ଠାରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରି ସମବେତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବେ ଏବଂ ଅଭିଭାଷଣ ପ୍ରଦାନ କରିବେ । ପ୍ୟାରେଡ୍‌ ପ୍ରତିଯୋଗିତାର ଶ୍ରେଷ୍ଠ ବିବେଚିତ ଦଳଙ୍କୁ ସିଲ୍ଡ ଏବଂ ଅନ୍ୟାନ୍ୟ କୃତୀତ୍ୱ ହାସଲକାରୀ ଦଳଙ୍କୁ ମେମୋରିଆଲ୍‌ ସିଲ୍ଡ ପ୍ରଦାନ କରାଯିବ । ସମସ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଉତ୍ସବରେ ପୁରସ୍କୃତ କରାଯିବ । ସମସ୍ତ ସରକାରୀ, ବେସରକାରୀ ଓ ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ଉକ୍ତ ଦିନ ସକାଳ ଘ.୭.୩୦ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଉକ୍ତ ବୈଠକରେ ଡେପୁଟି ଆରକ୍ଷୀ ଅଧିକ୍ଷକ ଏଲ.ଏସ.ଆଚାରୀ, ଆର୍‌.ଆଇ. ଅଫ୍‌ ପୋଲିସ୍‌ ସତ୍ୟକାନ୍ତ ଜେନା, ପୂର୍ତ୍ତ ବିଭାଗ ଅଧିକାରୀ ବେଣୁଧର ସାହୁ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ, ଜିଲ୍ଲା ପରିବହନ ଅଧିକାରୀ,ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ସମେତ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ, ସମସ୍ତ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଶିକ୍ଷ ଶିକ୍ଷୟତ୍ରୀ, ସମସ୍ତ ଗଣ ମାଧ୍ୟମର ପ୍ରତିନିଧିଗଣ, ବ୍ୟାଙ୍କ ଶାଖା ପରିଚାଳକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

nineteen − three =