ବିବାଦକୁ ନେଇ ସାମ୍ବାଦିକ ସମ୍ମିଳନୀରେ ମତ ରଖିଲେ ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା

0 98

ପୁରୀ: କଣ୍ଠ ଶିଳ୍ପୀ ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା ମିଶ୍ରଙ୍କ ମଧ୍ୟରେ ଚାଲିଥିବା ବିବାଦ ଉପରେ ମତ ରଖିଛନ୍ତି ପତ୍ନୀ ଶ୍ରୀୟା ମିଶ୍ର । ପୁରୀରେ ଏକ ସାମ୍ୱାଦିକ ସମ୍ମିଳନୀ କରି ନିଜର ପକ୍ଷ ରଖିଛନ୍ତି । ହ୍ୟୁମାନ ସାଗର ଓ ତାଙ୍କ ମା ଦୁଇ ଜଣ ତାଙ୍କ ବାପା ମାଙ୍କ ନା ଗଣମାଧ୍ୟମରେ ଯେଭଳି ଅପମାନ ଜନକ ମତ ଦେଇଛନ୍ତି । ସମ୍ପୂର୍ଣ ମିଛ କଥା ଗଣମାଧ୍ୟମରେ କୁହାଯାଇ କେବଳ ଲୋକଙ୍କ ସହାନୁଭୂତି ନେବା ପାଇଁ ହ୍ୟୁମାନ ଓ ତାଙ୍କ ପରିବାର ଉଦ୍ୟମ କରୁଥିବା ପତ୍ନୀ ଶ୍ରୀୟା ଅଭିଯୋଗ କରିଛନ୍ତି । ତେବେ ହ୍ୟୁମାନ ଓ ତାଙ୍କ ମଧ୍ୟରେ ଫାଟର ମୁଖ୍ୟ କାରଣ ହେଉଚି ନିଶା ଏବଂ ତୃତୀୟ ବ୍ୟକ୍ତିର ହସ୍ତକ୍ଷେପ ବୋଲି ଶ୍ରୀୟା କହିଛନ୍ତି । ହ୍ୟୁମାନ ସବୁବେଳେ ଅତ୍ୟାଧିକ ମଦ୍ୟପାନ କରି ତାଙ୍କୁ ପିଟା ମରା କରନ୍ତି । ସେ ମଦ ପିଇବାକୁ ବାରଣ କରିବାରୁ ହ୍ୟୁମାନ ତାଙ୍କୁ ନିର୍ଯାତନା ଦିଅନ୍ତି । ତେବେ ଏହି ଘଟଣାକୁ ମନାନ୍ତର ବଡିବା ପରେ ହ୍ୟୁମାନ ଗତ ୨୦୨୨ ସେପ୍ଟେମ୍ବରରେ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ । ପରେ ଶ୍ରୀୟା ତାଙ୍କ୍‌ ବାପା ମାଙ୍କୁ ଡାକି ହ୍ୟୁମାନକୁ ଯେତେ ବୁଝାଇ ଥିଲେ ମଧ୍ୟ ହ୍ୟୁମାନ କିଛି ନ ବୁଝି ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ତାଙ୍କୁ ଓ ତାଙ୍କ ବାପା ମାଙ୍କୁ ଘରୁ ବାହାର କରି ଦେଇଥିଲେ । ନିର୍ଯାତନା ଅଧିକ ହେବା, ସମାଧାନ ବାଟ ନ ଫିଟିବାରୁ ସେ ବାଧ୍ୟ ହୋଇ ପୋଲିସ୍‌ ପାଖକୁ ଯାଇଥିଲେ । ତେବେ ସେ ଏବେବି ସମାଧାନ ଚାହୁଁଛନ୍ତି । ହେଲେ ହ୍ୟୁମାନ ତାଙ୍କୁ ପତ୍ନୀର ମର୍ଯ୍ୟାଦା, ସମ୍ମାନ ଦେଲେ ହିଁ ସେ ହ୍ୟୁମାନଙ୍କ ପାଖକୁ ଯିବେ ବୋଲି ପତ୍ନୀ ଶ୍ରୀୟା କହିଛନ୍ତି । ତେବେ ହ୍ୟୁମାନ ପଛରେ ଜଣେ ରହି ତାଙ୍କ ଘର ଭାଙ୍ଗି ବାକୁ ଚେଷ୍ଟା କରୁଛନ୍ତି । ସେ କିଏ ସେ ଜାଣି ପାରୁନଥିବା କହିଛନ୍ତି । ତେବେ ଧର୍ମ ପରିବର୍ତନ ନେଇ ତାଙ୍କ ଉପରେ ହ୍ୟୁମାନଙ୍କ ପରିବାରର ଚାପ ନ ଥିଲା ବୋଲି ଶ୍ରୀୟା କହିଚନ୍ତି । ତେବେ ସେ ସିନ୍ଦୂର, ଟିକିଲି, ଅଳତା ଲଗାଇବା ନେଇ ତାଙ୍କ ଶାଶୁ ମନା କରନ୍ତି ବୋଲି ଶ୍ରୀୟା କହିଚନ୍ତି । କିଛି ଦିନ ତଳେ ହ୍ୟୁମାନ ଝିଅ ଜନ୍ମ୍‌ ଦିନ ପାଳନର ଏକ ଭିଡ଼ିଓ ଭାଇରାଲ ନେଇ ଶ୍ରୀୟା ମୁଁହ ଖୋଲିଛନ୍ତି । ସେ ସେଲିବ୍ରେଟି ହୋଇ ଥିବାରୁ କେବଲ ସେଲିବ୍ରେଟିଙ୍କ ଶହ ମିଶିବା ପାଇଁ କେବଳ କାର୍ଯ୍ୟକ୍ରମ ଆୟୋଜନ କରନ୍ତି । ଏଥିରେ କିନ୍ତୁ ତାଙ୍କର ଆନ୍ତରିକତା ନ ଥାଏ । ତେବେ ହ୍ୟୁମାନ ଓ ତାଙ୍କ ପରିବାର ଯଦି କ୍ଷମା ପ୍ରାର୍ଥନା କରିବେ, ଉପଯୁକ୍ତ ସମ୍ମାନ ଦେବେ ତେବେ ସେ ହ୍ୟୁମାନ ସହ ପତ୍ନୀ ଭବେ ରହିବେ ବୋଲି ପତ୍ନୀ ଶ୍ରୀୟା କହିଚନ୍ତି । ହ୍ୟୁମାନଙ୍କ ବିରୋଧରେ ଅନେକ ପ୍ରମାଣ ରହିଚି । ହେଲେ ସେ ପାରିବାର ଯୋଡିବା ପାଇଁ ଚାହୁଁ ଥିବାରୁ ଏ ନେଇ ଗଣମାଧ୍ୟମରେ ପ୍ରମାଣ ଦେବାକୁ ଚାହୁଁ ନ ଥିବା ଶ୍ରୀୟା କହିଛନ୍ତି । ତେବେ ଆସନ୍ତ ୩୦ରେ ପୁଣି କାଉନ୍‌ ସେଲିଂରହିଛି । ତା ପୂର୍ବରୁ ହ୍ୟୁମାନ ଭଲ ମଣିଷଟିଏ ହୋଇ ସବୁ କିଛି ସମାଧାନ କଲେ ସେ ସମାଧାନ ଆଗକୁ ବଢ଼ିବେ ବୋଲି ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ମିଶ୍ର କହିଛନ୍ତି ।

hiranchal ad1
Leave A Reply

Your email address will not be published.

6 + 2 =