ମାଟ୍ରିକ ପରୀକ୍ଷା ଫଳରେ ବିଜରାଗୁଡ଼ା କନ୍ୟାଶ୍ରମର ରାଜ୍ୟ ସ୍ତରୀୟ ସଫଳତା

0 63

ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ବିଜରାଗୁଡା ଉଚ୍ଚ ବାଳିକା ବିଦ୍ୟାଳୟର ସର୍ବମୋଟ ୧୧୧ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ଭଲ ନମ୍ବର ରଖି ପାସ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଏ-୨ରେ ୨୩ ଜଣ, ବି-୧ରେ ୭୦ଜଣ ଏବଂ ବି-୨ରେ ୧୮ ଜଣ ପାସ ହୋଇଥିବା ଜଣାପଡିଛି । ଉକ୍ତ ପାସ ହାରକୁ ଦୃଷ୍ଟିରେ ରଖି ରାଜ୍ୟ ମଙ୍ଗଳ ବିଭାଗ ତରଫରୁ ପ୍ରକାଶିତ ରାଜ୍ୟ ସ୍ତରୀୟ ଟପ ୨୦ ବିଦ୍ୟାଳୟ ମଧ୍ୟରୁ ବିଜରାଗୁଡ଼ା କନ୍ୟାଶ୍ରମ ୧୮ତମ ସ୍ଥାନ ଗ୍ରହଣ କରିଛି । ଏହି ଖବର ଜାଣିବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କରୁଣାକର ନାୟକ ଏହି ଉପଲବ୍ଧି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ବିଦ୍ୟାଳୟର ଅନ୍ୟ ସମସ୍ତ କର୍ମଚାରୀ ମାନଙ୍କର ବୋଲି କହିଛନ୍ତି । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରମୋଦ ରଥ, ତ୍ରିଲୋକ ନାଥ ବିଷୋୟୀ, ମନୋକ କୁମାର ପଟ୍ଟନାୟକ, କାନୁ ଚରଣ ପଟ୍ଟନାୟକ, ପି. ଧରଣୀଧର, ନିବେଦିତା ସିଂ, ଶୁଭଶ୍ରୀ ବରାଡ଼, ସୁନିତା ତ୍ରିପାଠୀ, ସୌରଭ ସାହୁ, ପଦ୍ମା ଖରା ଏବଂ ବିଦ୍ୟାଳୟ ସଭାପତି ହେମନ୍ତ ଭତ୍ରା ପ୍ରମୁଖ ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ବର୍ଷ ମଧ୍ୟ ଏହି ବିଦ୍ୟାଳୟକୁ ରାଜ୍ୟ ସ୍ତରରେ ପୁରସ୍କୃତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

eighteen + two =