ଅର୍ଥମନ୍ତ୍ରୀ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀଙ୍କୁ ସ୍ୱାଗତ ଓ ଦାବିପତ୍ର ପ୍ରଦାନ କଲେ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜ଼ିଲ୍ଲା ଶାଖା କର୍ମକର୍ତ୍ତା

0 348

ସୁବର୍ଣ୍ଣପୁର : ଆଜି ମଧ୍ୟାହ୍ନ ୧୨ ଘଣ୍ଟା ରେ ସୁବର୍ଣ୍ଣପୁର ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କୁ ଓ ସନ୍ଧ୍ୟା ୬ ଘଣ୍ଟାରେ ମନମୁଣ୍ଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଓଡିଶା ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ,ପାନୀୟଜଳ ଯୋଗାଣ, ଜଙ୍ଗଲ ଓ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉଭୟ ମନ୍ତ୍ରୀଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । କାର୍ଯ୍ୟରତ ସାମ୍ବାଦିକଙ୍କ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ରାଶିକୁ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା, ଆଗାମୀ ବିଧାନସଭା ଅଧିବେଶନରେ ସାମ୍ବାଦିକ ମାନଙ୍କ ସକାଶେ “ସାମ୍ବାଦିକ ସୁରକ୍ଷା ଆଇନ ” ବିଲ କୁ ତୁରନ୍ତ କାର୍ଯ୍ୟକାରୀ କରିବା, ନିଜ ଜୀବନକୁ ବାଜି ଲଗାଇ ଦେଶର ସୁରକ୍ଷା ଓ ସମ୍ମାନ ପାଇଁ ୨୪ଘଣ୍ଟା କାର୍ଯ୍ୟ କରୁଥିବା ଓ ଲୋକଙ୍କ ପ୍ରକୃତ ସମସ୍ୟା ସରକାର ଙ୍କୁ ଆଗୁଆ ଅବଗତ କରୁଥିବା ଓ ସତ୍ୟ ଖବର ପରିବେଷଣ କରି ବିଭିନ୍ନ ସମୟରେ ନିର୍ଯାତିତ ହେଉଥିବା କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ କଠୋର ଦଣ୍ଡ ବିଧାନ ଆଇନ ପ୍ରଣୟନ କରିବା, ଏକ୍ରିଡ଼ିଏସନ୍‌ ନିୟମ ପରିବର୍ତ୍ତନ କରିବା, ଯାତାୟତ ସମୟରେ ବସ ଓ ଟ୍ରେନରେ ରିହାତି ସୁବିଧା ପ୍ରଦାନ କରିବା ପ୍ରମୁଖ ଦାବି ସବୁ ଏହି ସ୍ମାରକ ପତ୍ର ରେ ଉଲ୍ଲେଖ କରାଯାଇଛି । ଓଡିଶା ସାମ୍ବାଦିକ ସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର ଓ ରାଜ୍ୟ ସମ୍ପାଦକ ରାଜକିଶୋର ତ୍ରିପାଠୀଙ୍କ ନେତୃତ୍ୱରେ ସୁବର୍ଣ୍ଣପୁର ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ,ସମ୍ପାଦକ ମହାଦେବ ମଲ୍ଲିକ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ନୀଳକମଳ ମିଶ୍ର, ବରିଷ୍ଠ ସାମ୍ବାଦିକ ବିନୟ ରଞ୍ଜନ ପ୍ରଧାନ, ଆର୍ତତ୍ରାଣ ପାଣିଗ୍ରାହୀ, ଲକ୍ଷେ୍ମନ୍ଦ୍ର ବେଜ, ତରଣୀ ମେହେର, ଉଗ୍ରସେନ କର୍ମୀଙ୍କ ସମେତ ବୌଦ୍ଧ ଜ଼ିଲ୍ଲା ଅବୁବକର ଖାଁ ଓ ଉଭୟ ଜ଼ିଲ୍ଲାର ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ଏହି ଦାବୀ ପତ୍ର ପ୍ରଦାନ ସମୟରେ ଉପସ୍ଥିତ ରହିଥିଲେ । ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ଅମାତଙ୍କ ସହିତ ମୁଖ୍ୟତଃ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ଓ ସାମ୍ବାଦିକ ସୁରକ୍ଷା ଉପରେ ଆଲୋଚନା କରିଥିଲେ । ଏହି ଦାବି ସମୁହ ଉପରେ ଗୁରୁତର ସହ ବିଚାର କରି ଖୁବ ଶୀଘ୍ର ସମାଧାନ କରିବାକୁ ମନ୍ତ୍ରୀ ଶ୍ରୀ ଅମାତ ସାମ୍ବାଦିକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

hiranchal ad1
Leave A Reply

Your email address will not be published.

5 × two =