ଭଉଣୀଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଉଠାଇ ଭାଇ ଗିରଫ

0 198

ଫୁଲବାଣୀ : ଭଉଣୀଙ୍କ ଆକାଉଣ୍ଟରୁ ଟଙ୍କା ହଡପ କରି ଗିରଫ ହେଲା ଭାଇ। ଏଭଳି ଏକ ଘଟଣା ଘଟିଛି ଫୁଲବାଣୀ ଟାଉନ ଥାନା ଅଞ୍ଚଳରେ। ଗିରଫ ଜଣକ ହେଲେ ବ୍ରାହ୍ମଣ ସାହିର ସତ୍ୟଜିତ ମଲ୍ଲିକ। 
ସୂଚନା ଅନୁଯାୟୀ, ସତ୍ୟଜିତ ପୂର୍ବରୁ ଷ୍ଟେଟବ୍ୟାଙ୍କ ଶଙ୍କରାଖୋଲ ଶାଖାରେ କାମ କରୁଥିଲେ । ୨୦୨୧ ମସିହାରେ ତାଙ୍କ ମାଉସୀ ଝିଅ ଭଉଣୀ ସୌଭାଗ୍ୟ ମଞ୍ଜରୀ କହଁର ନିଜ ଷ୍ଟେଟବ୍ୟାଙ୍କ ଆକାଉଣ୍ଟ ଲାଇନପଡା ବ୍ରାଞ୍ଚରୁ ଫୁଲବାଣୀ ଟ୍ରାନ୍ସଫର କରିବା ପାଇଁ ସତ୍ୟଜିତଙ୍କୁ କହିଥିଲେ। ସତ୍ୟଜିତ ୟୋନୋ ଆପ ଜରିଆରେ ଏହା କରିବା ସମୟରେ ଆକାଉଣ୍ଟରେ ଭଉଣୀଙ୍କ ମୋବାଇଲ ନମ୍ବର ଜାଗାରେ ନିଜ ମୋବାଇଲ ନମ୍ବର ଲିଙ୍କ କରି ଦେଇଥିଲେ। ଏହାପରେ ସେ ୯ ଲକ୍ଷ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦେଇଥିଲେ। ଏହା ଜାଣିବା ପରେ ଭଉଣୀ ଟଙ୍କା ମାଗିଥିଲେ। ବାରମ୍ବାର ମାଗିବା ସତ୍ତ୍ବେ ସେ ଟଙ୍କା ନ ଫେରାଇବାରୁ ସୌଭାଗ୍ୟ ମଞ୍ଜରୀ ବାଧ୍ୟ ହୋଇ ଟାଉନ ଥାନାରେ ଏତଲା ଦେଇଥିଲେ। 
ଟାଉନ ଥାନା ପୁଲିସ ୨୧୨/୨୫ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ପରେ ସତ୍ୟଜିତଙ୍କୁ ଗିରଫ କରିଛି। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସବ ଇନ୍ସପେକ୍ଟର ମନୋରଞ୍ଜନ ଭୋଇ ସୂଚନା ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

16 − 7 =