ଚମ୍ପୁଆ: ଚମ୍ପୁଆ ବିଜ୍ଞପିତ ଅଂଚଳ ପରିଷଦରେ କାର୍ଯ୍ୟ କରୁଥିବା ମୁକ୍ତା ଓ ଜାଗାମିଶନର ଉନ୍ନୟନ କାର୍ଯ୍ୟକୁ ରାଜ୍ୟ ଉପଦେଷ୍ଟା ରାଜଶ୍ରୀ ମହାନ୍ତି ଓ ହରିଶଙ୍କର ରାଉତ ତଦାରଖ କରିଥିବା ଜଣାଯାଇଛି । ଏହି ପରିଦର୍ଶନ ସମୟରେ ମୁକ୍ତା ଟିମ ମୁଖ୍ୟ ଅନନ୍ତ ଚରଣ ସାହୁ ସମେତ ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ, ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ, ନିର୍ବାହୀ ଯନ୍ତ୍ରୀ ସୁଧାକର ଦାସ ପ୍ରମୁଖ ସହଯୋଗ କରିଥିଲେ । ଉପଦେଷ୍ଠା ମାନେ ୧୦ ନମ୍ବର ୱାର୍ଡର ଦେବତା ଶାଳ, ୭ ନମ୍ବର ୱାର୍ଡର ପରିଚୟ ଗୃହ, ୨ ନମ୍ବର ୱାର୍ଡର ପାଂଚପୋଖରିଆ ମୁଣ୍ଡା ସାହି ଠାରେ ଥିବା ଭୂମିହୀନଙ୍କ ଜମି କିଶମ ପରିବର୍ତ୍ତନ କରି ପଟ୍ଟା ପ୍ରଦାନ ଏବଂ ମହିଳାଙ୍କ ନିମନ୍ତେ ଉଦ୍ଦିଷ୍ଟ ମୁକ୍ତା ଯୋଜନାରେ ମହିଳା ମାନେ କେତେ ପରିମାଣରେ ସଂଶ୍ଳିଷ୍ଟ ତାହା ଉପରେ ସମୀକ୍ଷା କରିବା ସହିତ ସ୍ୱୟଂସହାୟକ ଗୋଷ୍ଠୀଙ୍କ ସହ ଆଲୋଚନା କରିଥିଲେ । ଏନ୍ଏସି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ବୈଠକରେ କାଉନସିଲର, ସ୍ୱଚ୍ଛସାଥିଙ୍କ ସହ ଏନ୍ଏସିର ଉନ୍ନତି ପାଇଁ ଉପୁଜୁଥିବା ବାଧା ବିଷୟରେ ପଚାରି ବୁଝିବା ସହ ଏହା ପରବର୍ତ୍ତୀ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଅଣାଯିବ ବୋଲି ସୂଚନା ଦେଇଥିଲେ ।