୫-ଟି ସଚିବ ବେଲପଡ଼ା ଗସ୍ତ : ବିଶାଳ ଜନସମାବେଶରେ ଉଦ୍‌ବୋଧନ ଦେଲେ

0 387

ପାଟଣାଗଡ: ଆଜି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ ଆୟୋଜିତ ଏକ ବିଶାଳ ଜନସମାବେଶରେ ଉଦ୍‌ବୋଧନ ଦେଇଛନ୍ତି ୫-ଟି ସଚିବ । ଲୋକଙ୍କ ଠାରୁ ଯାହା ଦରଖାସ୍ତ ଆସିଛି, ଆସନ୍ତା ୭ ଦିନ ମଧ୍ୟରେ ତାହାର ସମାଧାନ ହେବ ଏବଂ ଏଥିପାଇଁ ସିଧାସଳଖ ସିଏମ୍‌ ଅଫିସ୍‌ରୁ ଦରଖାସ୍ତକାରୀଙ୍କୁ ଯୋଗାଯୋଗ କରାଯାଇ ଆପଣମାନଙ୍କୁ ଖୁସି ଖବର ଦିଆଯିବ ବୋଲି ଶ୍ରୀ ପାଣ୍ଡିଆନ୍‌ ଘୋଷଣା କରିଛନ୍ତି । ମିଶନ୍‌ ଶକ୍ତି ମା’ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ ସୁଧ ଛାଡ଼ କରିଥିବା ବେଳେ ଚାଷୀ ଭାଇଭଉଣୀଙ୍କ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ ସୁଧ ଛାଡ଼ କରିଥିବା ନିଜ ଉଦ୍‌ବୋଧନରେ ସ୍ପଷ୍ଟ କରିବା ସହ ଚଳିତ ବର୍ଷ ଚାଷୀମାନଙ୍କ ପାଇଁ କୃଷି ବୀମା ନିମନ୍ତେ କୌଣସି ଚାଷୀଙ୍କୁ ପ୍ରିମିଅମ୍‌ ଅର୍ଥ ଦେବାକୁ ପଡ଼ିବ ନାହିଁ ବୋଲି ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍‌ ଘୋଷଣା କରିଛନ୍ତି ।

hiranchal ad1
Leave A Reply

Your email address will not be published.

17 − six =