ସମ୍ଭାବ୍ୟ ମହାମାରୀରୁ ଦୂରେଇବା ପାଇଁ ସ୍କୁଲସ୍ତରରେ ସଚେତନତା ଶିବିର

0 145

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଗଡମୁଣ୍ଡା ଠାରେ ନଗର ଭ୍ରମ୍ୟମାଣ ଚିକିତ୍ସା କେନ୍ଦ୍ର ପକ୍ଷରୁ ଆଜି ମାସିକ ସ୍ୱାସ୍ଥ୍ୟ ଶିବିର ସହିତ ସ୍କୁଲର ବିଦ୍ୟାର୍ଥୀମାନଙ୍କୁ ସ୍ୱାସ୍ଥ୍ୟ ସଚେତନ କରାଯାଇ ସମ୍ଭାବ୍ୟ ମହାମାରୀକୁ ନିଜଠାରୁ କିପରି ଦୂରେଇ ରଖାଯାଇପାରିବ ସେ ସଂପର୍କରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏଥିରେ ଡାକ୍ତର ରାଜାରାମ ଷଡଙ୍ଗୀ ସ୍ୱାସ୍ଥ୍ୟ ସଚେନାତ୍ମକ ଜ୍ଞାନ କୌଶଳ ବିଷୟରେ ବିଦ୍ୟର୍ଥୀଙ୍କୁ ବୁଝାଇ ଥଣ୍ଡା, କାଶ, ଜ୍ୱର, ଝାଡା, ବାନ୍ତି ପ୍ରଭୃତି ରୋଗ ବିଷୟରେ ପଚାରି ବୁଝି ଏହି ସବୁ ରୋଗର ପ୍ରତିରୋଧ ବ୍ୟବସ୍ଥା କ’ଣ ସବୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯିବ ସେ ସଂପର୍କରେ ବୁଝାଇଥିଲେ । ସଭାରେ ଫାର୍ମାସିଷ୍ଟ ସଞ୍ଜୀବ କୁମାର ପ୍ରଧାନଙ୍କ ସହିତ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କ ସହିତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

17 + fifteen =