୩୦ ବର୍ଷ ପରେ ଭଙ୍ଗାଯିବ ଓଡ଼ିଶା ଭବନ

0 47


ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ୩ଟି ଓଡ଼ିଶା ଭବନ ବିପଦ ସଂକୁଳ ଅବସ୍ଥାରେ ରହିଛି । ସେଥିପାଇଁ ଏହାକୁ ଭାଙ୍ଗିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ଭବନରେ ରହଣି ଅସୁରକ୍ଷିତ। ତେଣୁ ଏହାକୁ ତୁରନ୍ତ ଭାଙ୍ଗିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ଦୁଇ ବର୍ଷ ମଧ୍ୟରେ ତୁରନ୍ତ ନୂତନ କୋଠା ନିର୍ମାଣ କରାଯିବାକୁ ପରାମର୍ଶ ଦିଆଯାଇଛି।
ଜୁନ୍ ୨୯, ୨୦୨୦ ରେ ନୂଆଦିଲ୍ଲୀ ମ୍ୟୁନିସିପାଲିଟି କାଉନସିଲ୍, ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ସମସ୍ତ ସରକାରୀ ଅଟ୍ଟାଳିକାର ସୁରକ୍ଷା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଆଧାରରେ ନୂଆଦିଲ୍ଲୀରେ ଥିବା ଓଡ଼ିଶାର ୩ଟି ଭବନ ଓଡ଼ିଶା ନିବାସ, ଓଡ଼ିଶା ସଦନ ଓ ଓଡ଼ିଶା ଭବନର ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ କରାଯାଇଥିଲା । ଯାଞ୍ଚ ପରେ ଓଡ଼ିଶା ଭବନ ଦୀର୍ଘ ସମୟ ବ୍ୟବହାର ପାଇଁ ଅସୁରକ୍ଷିତ ବୋଲି ସ୍ପଷ୍ଟ ହୋଇଥିଲା । ୨୦୨୨, ଏପ୍ରିଲ ୧୯ ତାରିଖରେ ଏହାକୁ ୨ରୁ ୩ ବର୍ଷ ମଧ୍ୟରେ ଭାଙ୍ଗିବାକୁ ରିପୋର୍ଟ ଦିଆଯାଇଥିଲା । ଏହାପରେ ପୁଣି ୨୦୨୪ ଅଗଷ୍ଟ ୨୮ ତାରିଖରେ ଆଉ ଏକ ଚିଠି କରାଯାଇଥିଲା । ଯେଉଁଥିରେ ମରାମତି ପରେ ବି ଓଡ଼ିଶା ଭବନ ବ୍ୟବହାର ଉପଯୋଗୀ ନୁହେଁ ବୋଲି ଦର୍ଶାଯାଇଥିଲା । ଏନେଇ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ତଥା ଅତିରିକ୍ତ ସଚିବ ଚିଠି ଲେଖିଥିଲେ । ଉକ୍ତ ରିପୋର୍ଟକୁ ବିଚାର କରିବା ପରେ ଓଡ଼ିଶା ଭବନକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

4 × 2 =