ଜାତୀୟ ପେନସନଭୁକ୍ତ ଶିକ୍ଷକ ସଂଘର ବିଶାଳ ଶୋଭାଯାତ୍ରା

0 152

ହରଭଙ୍ଗା : ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ହରଭଙ୍ଗା ବ୍ଲକ ଶାଖା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ,ଶିକ୍ଷା ସଚିବ ଓ ୫ଟି ସଚିବଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍ୱରାଜ କହଁରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଏକ ବିଶାଳ ଶୋଭାଯାତ୍ରାରେ ଠିଡିକାଯୋର ହାଟପଦାଠାରୁ ବାହାରି ବିଇଓ ଅଫିସରେ ପହଞ୍ଚିଥିଲେ । ସେମାନଙ୍କର ମୁଖ୍ୟ ଦାବିଗୁଡିକ ହେଲା ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି (୨୦୦୧)ଠାରୁ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ, ଜୁନିୟର ଟିଚର ଚୁକ୍ତିଭିତ୍ତିକ ଭାବେ ନିୟୋଜନ ହୋଇଥିବା ଶିକ୍ଷକଙ୍କ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଚାକିରୀରେ ଗଣନା ସହ ୬ ଟି ଇନ୍‌କ୍ରିମେଣ୍ଟ ପ୍ରଦାନ କରାଯାଉ,ଜାତୀୟ ପେନସନ ଯୋଜନାକୁ ଉଚ୍ଛେଦ କରି ପୁରୁଣା ପେନସନ ଲାଗୁ କରାଯାଉ, ପ୍ରାଥମିକ ଶିକ୍ଷକଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରାଯାଉ ଆଦି ରହିଛିା
ଉପରୋକ୍ତ ସମସ୍ତ ଦାବିନେଇ ପ୍ରାୟ ସାହସ୍ରାଧିକ ଶିକ୍ଷକ ଶିକ୍ଷୟତ୍ରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ପ୍ରାଥମିକ ଶିକ୍ଷକ ସଂଘର ବ୍ଲକ ସଭାପତି ରଜତ କୁମାର ନାଏକଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା କରିଥିଲେ । ଉକ୍ତ ସଭାରେ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ମହେଶ ସେଠୀ ପ୍ରମୁଖ ଉଦବୋଧନ ଦେଇ ସରକାର ତୁରନ୍ତ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ଅନ୍ୟାନ୍ୟ ଦାବି ଗୁଡିକ ଯଥାଶୀଘ୍ର ପୂରଣ କରା ନଗଲେ ରାଜ ରାସ୍ତାକୁ ଓହ୍ଲାଇବା ସହ ସରକାରୀ କଳକୁ ସମ୍ପୂର୍ଣ୍ଣ ଅଚଳ କରାଯିବ ବୋଲି ମତ ପ୍ରକାଶ କରିଥିଲେ ।
ନିଜର ହକ ଦାବି ହାସଲ ପାଇଁ ପ୍ରତିବାଦ ସ୍ୱରୂପ ଗତ ୬ ତାରିଖ ଠାରୁ କଳା ବ୍ୟାଚ ପରିଧାନ ସହ ଡ୍ରେସ୍‌ କୋଡ୍‌ ବର୍ଜନ ସହିତ ଆଗାମୀ ୧୫ ତାରିଖ ଠାରୁ ୧୭ ତାରିଖ ଯାଏଁ ସାମୟିକ ଛୁଟି ସିଏଲ ଓ ୧୮ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦାବୀ ପୂରଣ ହେଲା ଯାଏଁ ସମୂହ ଛୁଟି ନେଇ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲାସଂଘ ସାଧାରଣ ସମ୍ପାଦକ ମହେଶ ସେଠୀ, ବ୍ଲକ ସଭାପତି ରଜତ କୁମାର ନାଏକ, ବ୍ଲକ ସାଧାରଣ ସମ୍ପାଦକ ବାମଦେବ ଦାଶ, କାର୍ଯ୍ୟକାରୀ ସଭାପତି ଅଜୟ ମିଶ୍ର, କୋଷାଧ୍ୟକ୍ଷ ପ୍ରସନ୍ନ ଭୋକ୍ତା, ଉପସଭାପତି ସରୋଜ ସାହୁ, ନୀଳାଞ୍ଚଳ ବିହାରୀ ମିଶ୍ର, ବସନ୍ତ ବିଶ୍ୱାଳ, ପ୍ରସନ୍ନ ପ୍ରଧାନ, ଅଶେଷ ପ୍ରଧାନ, ରଞ୍ଜନ ସାମଲ ପ୍ରମୁଖ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

14 + 2 =