ଯାଜପୁର ବାସୀଙ୍କପାଇଁ ଡ଼ଃ ରବିନାରାୟଣ ବେହେରାଙ୍କର ନିବେଦନ ବାର୍ତ୍ତା

0 42

ଯାଜପୁର ; ଯାଜପୁର ଲୋକସଭା ଆସନ ପାଇଁ ନିର୍ବାଚନ ଲଢ଼ୁଥିବା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଡ଼ଃ ରବି ନାରାୟଣ ବେହେରା ତାଙ୍କର ଭୋଟଦାତା ମାନଙ୍କ ଉଦ୍ଦେଶ୍ୟରେ ଏକ ଭାବାବେଗ ଭରା ବାର୍ତ୍ତା ଜାରି କରିଛନ୍ତି I ସେ କହିଛନ୍ତି ଯେ, “ଯାଜପୁରର ମୋର ପ୍ରିୟ ପରିବାରଜନଙ୍କୁ ସାଦର ନମସ୍କାର ଜଣାଉଛି। ମୁଁ ଡ଼ଃ ରବି ନାରାୟଣ ବେହେରା ଯାହାକୁ ଆପଣମାନେ ଆଦରରେ ରବି ବା ରବିବାବୁ ବୋଲି ସମ୍ବୋଧନ କରନ୍ତି। ଆଜି ଆପଣମାନଙ୍କର ସମର୍ଥନ, ସମବେଦନା ଓ ଆଶୀର୍ବାଦ କାମନା କରୁଛି।ମୁଁ ଚଳିତ ନିର୍ବାଚନରେ ଯାଜପୁର ଲୋକସଭା ନିର୍ବାଚନୀ ମଣ୍ତଳୀ ପାଇଁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛି। ମୁଁ କୌଣସି ନେତା କିମ୍ବା ବହୁତ ବଡ଼ ରାଜନୀତିଜ୍ଞ ନୁହେଁ। ଆପଣମାନଙ୍କ ଭଳି ଜଣେ ସାଧାରଣ ମଣିଷ ମାତ୍ର। ଯାଜପୁର ମାଟିର ପୁଅ ମୁଁ। ପୁଣ୍ୟତୋୟା ବୈତରଣୀ,ଖରସ୍ରୋତା ଓ ବ୍ରାହ୍ମଣୀ ନଦୀର ପାଣି ପିଇ ମୁଁ ବଡ଼ ହୋଇଛି।ମୋର ଘର ରସୁଲପୁରର ବ୍ଲକର ନିପଟ ମଫସଲ ହାଟସାହି ଗ୍ରାମରେ। ପିଲାଦିନ ମୋର ଗାଁର ମାଟି ଓ ଧୂଳିରେ କଟିଛି।ବର୍ଷା ଦିନେ କାଦୁଅରେ ପଶି ଏହିଠାରେ ମୁଁ ସ୍କୁଲକୁ ଯାଇ ପାଠ ପଢ଼ିଛି। ଗାଁ ପଡ଼ିଆରେ କେତେ ଖେଳ ଖେଳିଛି। ବାତ୍ୟା ଓ ବନ୍ୟାର କରାଳ ବିଭୀଷିକାକୁ ଅଙ୍ଗେ ଲିଭାଇଛି।

hiring

ମା ବିରାଜଙ୍କର ଅଶେଷ କୃପାରୁ ମୋତେ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ମିଳିଥିଲା। ସୌଭାଗ୍ୟ ବଶତଃ ମୁଁ ପ୍ରଥମେ ନୂଆଦିଲ୍ଲୀଠାରେ ଓ ତାପରେ ଭୁବନେଶ୍ୱରରେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ବରିଷ୍ଠ ନିର୍ଦ୍ଦେଶକ ପଦବୀରେ କାର୍ଯ୍ୟ କରିଥିଲି। ଆଇଟି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ମୋର ପ୍ରତିଭା ଏବଂ ପାରଦର୍ଶିତା ପାଇଁ ମୁଁ ସରକାର ଓ ସର୍ବସାଧାରଣଙ୍କର ଦ୍ଵାରା ବହୁ ଭାବେ ପ୍ରଶଂସିତ ଏବଂ ପୁରସ୍କୃତ ହୋଇଛି। ମୋର ତତ୍ତ୍ଵାବଧାନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶ୍ରୀ ମନ୍ଦିର, ଓଡ଼ିଶାର ରାଜଭବନ, ରାଜ୍ୟ ସଚ୍ଚିବାଳୟ,ଉଚ୍ଚ ନ୍ୟାୟାଳୟ, ଓଡ଼ିଶା ପୁଲିସ, ଉତ୍କଳ ଓ ରମାଦେବୀ ବିଶ୍ୱବିଦ୍ୟାଳୟ ଆଦିରେ ଇଣ୍ଟରନେଟ ସେବା ଉପଲବ୍ଧ କରାଯାଇଥିଲା। ସରକାରୀ ଚାକିରୀ କାଳରେ ଉଚ୍ଚପଦପଦବୀରେ ରହିଥିଲେ ସୁଦ୍ଧା ମୋର ମନ ସଦାସର୍ବଦା ମୋ ଜନ୍ମ ମାଟି ଯାଜପୁର ପାଇଁ କାନ୍ଦୁଥିଲା। ଯାଜପୁର ବାସୀଙ୍କର ସେବା କରିବା ପାଇଁ ୨୦୧୯ ମସିହାରେ ମୁଁ ସ୍ବେଚ୍ଛାକୃତ ଭାବେ ଚାକିରୀରୁ ଅବସର ଗ୍ରହଣ କରି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲି।

ଆଜି ସବୁସ୍ତରରେ ବ୍ୟାପକ ମାତ୍ରାରେ ଦୁର୍ନୀତି ଯାଜପୁରର ବିକାଶ ପାଇଁ ସବୁଠୁ ବଡ଼ ବ୍ୟାଧକ ବନିଛି।ଏଠାରେ ବେକାରୀ ପରିସ୍ଥିତି ଉତ୍କଟ ଆକାର ଧାରଣ କରିଛି। ତଫସିଲଭୁକ୍ତ ଜାତି ଓ ଜନଜାତିର ଲୋକମାନଙ୍କୁ ସରକାରୀ ଯୋଜନା ଗୁଡ଼ିକର ସୁଫଳରୁ ବଞ୍ଚିତ କରାଯାଉଛି। ମନ୍ଦିର ଗୁଡିକ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରାଯାଉଛି। ଆବଶ୍ୟକୀୟ ବଜାର ଓ ଶୀତଲଭଣ୍ଡାର ନଥିବାରୁ ଚାଷୀମାନେ ସେମାନଙ୍କର ଫସଲର ଉପଯୁକ୍ତ ମୂଲ୍ୟ ପାଇ ପାରୁନାହାନ୍ତି।ଏଠାରେ ସ୍ନାତକୋତ୍ତର ଓ କୌଶଳ ଯୁକ୍ତ ଶିକ୍ଷାର ସୁବିଧା ନାହିଁ। ମୁଁ ନିର୍ବାଚିତ ହେଲେ ଏ ସବୁ ସମସ୍ୟାଗୁଡିକ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବା ପାଇଁ ନିଶ୍ଚିତ ଭାବେ ପଦକ୍ଷେପ ଗ୍ରହଣ କରିବି ବୋଲି ଆପଣମାନଙ୍କୁ ଭରସା ଦେଉଛି। ଯାଜପୁରର ସର୍ବାଙ୍ଗୀନ ଉନ୍ନତି ଓ ମୋ ଅଞ୍ଚଳବାସୀଙ୍କର ପ୍ରଗତି ପାଇଁ ମୁଁ ପ୍ରତିଜ୍ଞାବଦ୍ଧ। ରତ୍ନଗିରିଠାରେ ବୌଦ୍ଧ କୀର୍ତ୍ତି ଏବଂ ନୌବାଣିଜ୍ୟ ଆଧାରିତ ଐତିହ୍ୟ ଏକ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ଏବଂ ଯାଜପୁର ସହର ଓ ମା ବିରଜା କ୍ଷେତ୍ରକୁ ରେଳପଥ ଦ୍ଵାରା ସଂଯୋଗ କରିବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ। ଆପଣମାନଙ୍କର ସାହାଯ୍ୟ, ସହଯୋଗ ଓ ସହାନୁଭୂତି ବଳରେ ଯାଜପୁର ପାଇଁ ରହିଥିବା ମୋର ଅସୁମାରୀ ସ୍ୱପ୍ନ ନିଶ୍ଚିତ ଭାବେ ସାକାର ହେବ ବୋଲି ମୁଁ ସମ୍ପୁର୍ଣ୍ଣ ଆଶାବାଦୀ ଅଛି। ମୋ ଦ୍ୱାରା ପ୍ରସ୍ତୁତ ଯୋଜନା ଗୁଡିକ କାର୍ଯ୍ୟକାରୀ କରି ଯାଜପୁରକୁ ବିକାଶର ଶୀଖର ସ୍ତରରେ ପହୁଞ୍ଚାଇବା ପାଇଁ ମୋର ଲକ୍ଷ୍ୟ ରହିଛି। ଏ ଦିଗରେ ମୋର ହାତ ମୁଠାକୁ ଟାଣ କରିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି। ଆସନ୍ତା ଜୁନ ୧ତାରିଖ ଦିନ ଆପଣମାନେ ପବିତ୍ର ପଦ୍ମ ଫୁଲ ଚିହ୍ନରେ ବିପୁଳ ମାତ୍ରାରେ ଭୋଟ ଦାନ କରି ମୋତେ ଜିତାଇ ଦିଲ୍ଲୀ ପଠାଇବା ସାଙ୍ଗକୁ ଆପଣ ମାନଙ୍କର ଅତିପ୍ରିୟ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଗାଦୀରେ ଆସୀନ କରିବାକୁ ମୁଁ ବିନମ୍ର ନିବେଦନ କରୁଛି” I

hiranchal ad1
Leave A Reply

Your email address will not be published.

12 + 13 =