ଦେଢ ବର୍ଷରେ ମଲେଣି ୧୧୪ ହାତୀ

0 80

ଭୁବନେଶ୍ଵର ଥମୁନି ହାତୀ ମଣିଷ ଲଢେଇ। ଶିକାରୀ ଫାଶ ଓ ପ୍ରତିଶୋଧ ପରାୟଣତା ପାଇଁ ବଳି ପଡ଼ୁଛି ନିରୀହ ପଶୁ। ଦେଢ ବର୍ଷରେ ମଲେଣି ୧୧୪ ହାତୀ। ବିଦ୍ୟୁତ୍ ଆଘାତରେ ଯାଇଛି ସର୍ବାଧିକ ୪୨ ଜୀବନ। ବିଭିନ୍ନ ରୋଗରେ ମରିଛନ୍ତି ୨୯ଟି ହାତୀ। ବିଧାନସଭାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଲିଖିତ ଉତ୍ତରକୁ ନେଇ ଉଦବେଗ।

hiring

ବିଧାନସଭା ତଥ୍ୟ ଅନୁଯାୟୀ, ଶିକାରୀଙ୍କ ଦ୍ଵାରା ୬ ଟି ହାତୀଙ୍କୁ ହତ୍ୟା କରାଯାଇଛି। ଲୋକଙ୍କ ପ୍ରତିଶୋଧ ପରାୟଣ ପାଇଁ ୩ଟି ହାତୀ ଓ ରେଳ ଦୁର୍ଘଟଣାରେ ୪ଟି ହାତୀଙ୍କ ମୃତ୍ୟୁ ହୋଇଛି। ସେହିପରି ପ୍ରାକୃତିକ କାରଣ ଯୋଗୁଁ ୧୭ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ପାହାଡ଼ରୁ ପଡ଼ି, ନଦୀ ନାଳରେ ପଡ଼ି, ନିଜ ଭିତରେ କଳହ ହୋଇ ୧୩ଟି ହାତୀଙ୍କ ମୃତ୍ୟୁ ହୋଇଛି। ଅପ୍ରାକୃତିକ ମୃତ୍ୟୁ ପାଇଁ ୯୩ ଜଣ ଲୋକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସେହିପରି ବିଗତ ପାଞ୍ଚ ବର୍ଷରେ ମଣିଷ ଓ ପଶୁ ସଂଘର୍ଷରେ ୮୦୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ୨୦୬୦ ଜଣ ଆହତ ହୋଇଛନ୍ତି। ୧୬୧୯ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ହଜାର ୩୮୨ ଟି ଘର ନଷ୍ଟ ହୋଇଛି। ୯୩ ହଜାର ୯୯୩.୫୯ ଏକର ଫସଲ ନଷ୍ଟ ହୋଇଛି। ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଉତ୍ତର ରଖିଛନ୍ତି।

hiranchal ad1
Leave A Reply

Your email address will not be published.

17 − four =