ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ରୀୟ ଜନସଂଚାର କାର୍ଯ୍ୟାଳୟ,ଫୁଲବାଣୀ ପକ୍ଷରୁ ଯୋଗ ଦିବସ ପାଳିତ

0 89

ଫୁଲବାଣୀ : ଗୁମା ଗୁମାଗଡ଼ ସ୍ଥିତ ନୃସିଂହ ସିଂହନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ରୀୟ ଜନସଂଚାର କାର୍ଯ୍ୟାଳୟ, ଫୁଲବାଣୀ ତରଫରୁ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ- ୨୦୨୪ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଦୟ ରଞ୍ଜନ ପାଣିଗ୍ରାହୀ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ, ନିଜକୁ ସୁସ୍ଥ ରଖିବା ସହିତ ମାନସିକ ଶାନ୍ତି ପାଇଁ ନିୟମିତ ଯୋଗ କରିବା ଆବଶ୍ୟକ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଡଃ. ପ୍ରଶାନ୍ତ କୁମାର ମହାପାତ୍ର ଯୋଗର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଯୋଗ ପ୍ରଶିକ୍ଷକ ନିରଞ୍ଜନ ପାଣ୍ଡେ ଯୋଗ ଅଂଶଗ୍ରହଣକାରୀ ମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ପରେ ପରେ, ଏହି ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଏବଂ କୁଇଜ୍ ପ୍ରତିଯୋଗିତାର ବିଜେତା ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଯୋଗ ଶିବିରର ଅଂଶଗ୍ରହଣକାରୀ ମାନଙ୍କୁ ଶାରୀରିକ, ମାନସିକ, ଏବଂ ଆଧ୍ୟାତ୍ମିକ ସୁସୁତା ପାଇଁ ଯୋଗର ଉପ‌ଯୋଗିତା ବିଷୟରେ ଜାଣି ସମସ୍ତେ ଏହାକୁ ଏକ ଦୈନନ୍ଦିନ ଅଭ୍ୟାସ ଭାବରେ ଗ୍ରହଣ କରିବା ସ‌ହିତ ନିଜର ପରିବାର ବର୍ଗ, ବନ୍ଧୁ ଏବଂ ସମାଜକୁ ଉତ୍ସାହିତ କରିବାକୁ ପ୍ରଧାନ ଶିକ୍ଷକ ଶ୍ରୀ ପାଣିଗ୍ରାହୀ ଶପଥ ପାଠ କରାଇଥିଲେ । ଶପଥ ପାଠ ପରେ ପରେ, ସ୍ଥାନୀୟ ଶତାଧିକ ମହିଳା ଓ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତ ଆୟୋଜନକରାଯାଇଥିଲା। ଏହାକୁ ପ୍ରଧାନ ଶିକ୍ଷକ ଶ୍ରୀ ପାଣିଗ୍ରାହୀ ପତାକା ଦେଖାଇ ଶୁଭା ଶୁଭାରମ୍ଭ କରିଥିଲେ। ଅଂଶଗ୍ରହଣ କାରୀଙ୍କ ମନୋରଞ୍ଜନ ପାଇଁ ଆଞ୍ଚଳିକ ଜନସଂଚାର କାର୍ଯ୍ୟାଳୟ, ଭୁବନେଶ୍ଵର ତରଫରୁ ରଘୁରାଜପୁର ସ୍କ୍ରି ଅଭିନ୍ନ ସୁନ୍ଦର ଗୋଟିପୁଅ ନୃତ୍ୟ ପରିଷଦ ଦ୍ୱାରା ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇ ଥିଲା। ଯୋଗ ଦିବସ ଉଦ୍‌ଘାଟନ ପରେ ପ୍ରାର୍ଥନା, ନିର୍ଦ୍ଦେଶିତ ଯୋଗ ଅଧୁବେଶନ-୧, ନିର୍ଦ୍ଦେଶିତ ଯୋଗ ଅଧୂବେଶନ-୨, କ୍ରୀୟା, ପ୍ରାଣାୟାମ, ଧ୍ୟାନ ଓ ସଂଲଗ୍ନ ଆଦି ନିର୍ଦ୍ଦେଶିତ ଧ୍ୟାନ,ଶାନ୍ତି ମନ୍ତ୍ର ଆଦି ଯୋଗଗୁରୁ ଶ୍ରୀ ନିରଞ୍ଜନ ପାଣ୍ଡେଙ୍କ ଦ୍ୱାରା ଶିକ୍ଷା ଦିଆଯାଇଥିଲା। କ୍ଷେତ୍ରୀୟ ଜନସଂଚାର କାର୍ଯ୍ୟାଳୟ, ଫୁଲବାଣୀର କ୍ଷେତ୍ରୀୟ ପ୍ରଚାର ସହାୟକ ଶ୍ରୀ ସତ୍ୟନାରାୟଣ ନନ୍ଦ ଆଜିର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

3 × three =