ବିଶ୍ୱପ୍ରସିଦ୍ଧ ରଥଯାତ୍ରା : ଭକ୍ତଙ୍କ ସୁରକ୍ଷିତ ପରିବହନକୁ ମନ୍ତ୍ରୀଙ୍କ ଗୁରୁତ୍ୱ

0 52

ପୁରୀ : ଆଗାମୀ ରଥ ଯାତ୍ରାରେ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ହେବ । ତେବେ ଭକ୍ତ ମାନେ ଯେଭଳି ସୁରୁଖୁରୁରେ ଯାତାୟାତ କରିପାରିବେ, ଠକେଇର ଶିକାର ନ ହେବେ ସେ ନେଇ ବେଶ୍‌ ଗୁରୁତ୍ୱ ଦେଉଚି ରାଜ୍ୟ ପରିବହନ ବିଭାଗ । ପୁରୀରେ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଯୋଗଦେବା ଅବସରରେ ପରିବହନ ମନ୍ତ୍ରୀ କହିଛନ୍ତି ପୁରୀକୁ ଆସୁଥିବା ଭକ୍ତଙ୍କୁ ଯେଭଳି କିଛି ଅସୁବିଧା ନ ହୁଏ ରାଜ୍ୟ ପରିବହନ ବିଭାଗ ସବୁ ବ୍ୟବସ୍ଥା କରୁଚି । ପୁରୀରେ ବସ ରହିବା ପାଇଁ ପାର୍କିଂ ବ୍ୟବସ୍ଥା ସହ ଭକ୍ତଙ୍କୁ ମାଗଣା ଖାଦ୍ୟ ବଣ୍ଟନର ବ୍ୟବସ୍ଥା ରହିଛି । ରଥ ଯାତ୍ରା ପାଇଁ ରାଜ୍ୟର ସବୁ ବ୍ଳକ୍‌ରୁ ସ୍ୱତନ୍ତ୍ର ବସ ପୁରୀକୁ ଯାତାୟାତ କରିବ । ବସ ଗୁଡିକ ସବୁ ବ୍ୟବସ୍ଥା ରହିବ । ବସରେ ଯାତ୍ରୀ ମାନେ ଠକେଇର ଶିକାର ଯେଭଳି ନ ହୁଅନ୍ତି ବସରେ ରେଟ ଚାର୍ଟ ଲାଗିବ । ସେହିପରି ପୁରୀ ସହର୍‌ରେ ଥିବା ଅଟୋ ଗୁଡିକରେ ମଧ୍ୟ ରେଟ୍‌ ଚାର୍ଟ ଲାଗିବ । କୌଣସି ଜାଗା ନିୟମ ଉଲଂଘନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ସେପଟେ ରାଜ୍ୟର ଗ୍ରାମାଞ୍ଚଳରୁ ଚାଲୁଥିବା ଲକ୍ଷ୍ମୀ ବସ ସେବା ମଧ୍ୟ ଚାଲୁ ରହିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ କହିଛନ୍ତି । ତେବେ ଲକ୍ଷ୍ମୀ ବସ ସେବାରେ କିଛି ତ୍ରୁଟି ରହିଚି । ତାହାକୁ ସମାଧାନ କରାଯାଇ ଲକ୍ଷ୍ମୀ ବସ ସେବାକୁ ମୁଖ୍ୟମନ୍ତ୍ରୀ ବସ ସେବା ନାମରେ ଚଳାଇବା ପାଇଁ ସରକାର ପ୍ରସ୍ତୁତ ହେଉଥିବା ରାଜ୍ୟ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

hiring

hiranchal ad1
Leave A Reply

Your email address will not be published.

16 − 14 =