ଅବସର ପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

0 106

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜ଼ିଲ୍ଲାର ନୂତନ ଅନୁଦାନପ୍ରାପ୍ତ ଅବସର ପ୍ରାପ୍ତ ଶିଷକ କର୍ମଚାରୀ ସଂଘ ବିଭିନ୍ନ ଦାବି ନେଇ ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଦୀର୍ଘ ୩୦-୩୫ ବର୍ଷ ଶିକ୍ଷାଦାନ କରି ଅବସର ନେଇଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ଅବସରକାଳୀନ ସୁବିଧା ସୁଯୋଗ ଯଥା ପେନସନ ପ୍ରଦାନ, ପେନସନ ଗ୍ରାଚ୍ୟୁଟି, ଛୁଟିକାଳୀନ ସୁବିଧା ପ୍ରଦାନ କରିବାକୁ ସମଗ୍ର ରାଜ୍ୟରେ ଆଜି ୩୦ଗୋଟି ଜ଼ିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜ଼ିଲ୍ଲା ଶିକ୍ଷାଧିକାରୀ ଓ ଜ଼ିଲ୍ଲାପାଳଙ୍କ ମାଧ୍ୟମରେ ନାର୍ଯ୍ୟ ଦାବି ପୂରଣ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ଅନୁଦାନ ସୁବିଧା ପାଉଥିବା ଅନ୍ୟାନ୍ୟ ଶିକ୍ଷକ କର୍ମଚାରୀ ଭଳି ତାଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରିବାକୁ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପନା କରିଛନ୍ତି । ପ୍ରକାଶ ଥାଉକି ଯେ ଏ ସଂଘର ଦାବି ସପକ୍ଷରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ସତ୍ତେ୍ୱ ଏମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖାକୁ ସଂଘ ଦୃଢ଼ ନିନ୍ଦା କରିଛି । ସଂଘ ସଭାପତି କୁଳମଣୀ ମିଶ୍ର, ସମ୍ପାଦକ ପୂରନ୍ଦର ପୁରୋହିତଙ୍କ ନେତୃତ୍ୱରେ ପଞ୍ଚାନନ ପଣ୍ଡା, ମହୋନ ବାରିକ, ଲକ୍ଷଣ ରଣା, ନବୀନ ପାଢ଼ୀ, ରମା ବାରିକ, ଈଶ୍ୱର ନାଏକ, ମନୋରଚି ଭୋଇ ପ୍ରମୁଖ ବହୁ ସଦସ୍ୟ ଏହି ବିକ୍ଷୋଭ ଓ ଧାରଣାରେ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

13 + one =