ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ସମିତି ସଭ୍ୟଙ୍କ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ

0 70

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁଙ୍କୁ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ମେଣ୍ଟ୍ରୀ ପଞ୍ଚାୟତର ସମସ୍ତ ୧୧ ଗୋଟି ୱାର୍ଡର ସଭ୍ୟ ସଭ୍ୟା ଓ ନାଏବ ସରପଞ୍ଚ ଉପସ୍ଥିତ ରହି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ୱାର୍ଡ ସଭ୍ୟ ମାନେ ଦେଇଥିବା ପ୍ରସ୍ତାବକୁ ଅନୁମୋଦନ ନ କରାଇ ନିଜ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରପଞ୍ଚ ବେବି ମାଝୀ ଅନାବଶ୍ୟକ ପ୍ରକଳ୍ପ ଗୁଡ଼ିକୁ ମଞ୍ଜୁର କରାଇ ଆମ ଅଜ୍ଞାତରେ କାର୍ଯ୍ୟ ମାନ କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ଯଦି କୌଣସି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଗଲା ପରେ ଉକ୍ତ ପ୍ରକଳ୍ପ ବିଷୟରେ ସୂଚନା ଦିଅନ୍ତି ବୋଲି ସାମୁହିକ ଲିଖିତ ଭାବେ ଅଭିଯୋଗ କରାଯାଇଛି । ଜନସାଧାରଣଙ୍କ ଆବଶ୍ୟକ ଥିବା କାର୍ଯ୍ୟ ହେଉ ନଥିବାରୁ ଲୋକେ ନିକଟତମ ଲୋକ ପ୍ରତିନିଧି ଭାବେ ୱାର୍ଡ ସଭ୍ୟ ମାନଙ୍କୁ ଅଭିଯୋଗ କରିବା ସହ ଯୁକ୍ତି ମଧ୍ୟ ବାଢୁ ଛନ୍ତି । ଗ୍ରାମ୍ୟ ଡ୍ରେନ ଗୁଡ଼ିକ ଆବର୍ଜନା ଭର୍ତ୍ତି ହୋଇ ଗନ୍ଧମୟ ପରିବେଶ ସୃଷ୍ଟି କରିବା ସହ ବିଭିନ୍ନ ପ୍ରକାର ମଶା ମାଛିର ପ୍ରାଦୁର୍ଭାବ ମଧ୍ୟ ବୃଦ୍ଧି ପାଉଛି । ନାଳ ନର୍ଦ୍ଦମା ସଫା କରିବା ପାଇଁ ପ୍ରସ୍ତାବ ଦେଲେ ସୁଦ୍ଧା ତାର ଅନୁମୋଦନ କରାଯାଉ ନାହିଁ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏହି ବିଷୟରେ ଗମ୍ଭୀର ତାର ସହ ବିଚାର କରି ଉଚିତ ନ୍ୟାୟ ସାତ ଦିନ ଭିତରେ ପ୍ରଦାନ ନିମନ୍ତେ ଅନୁରୋଧ କରିଛନ୍ତି । ଅଭିଯୋଗ ପତ୍ର ପ୍ରଦାନ ସମୟରେ ନାଏବ ସରପଞ୍ଚ ରଶ୍ମିତା ସାହୁ, ୱାର୍ଡ ମେମ୍ବର ହୀରାମଣୀ ମାଝୀ, ତୁଳାବତୀ ମାଝୀ, ଧନମତି ମାଝୀ, ସରିତା ହରିଜନ, ଦ୍ରୌପଦୀ ସୌରା, ନିଳା ଭତ୍ରା, ଗଙ୍ଗାଧର ମୁଦୁଲି, ରାମ ସଉରା, ଦିବେଶ୍ୱର୍‌ ଗୌଡ଼ ଓ ଦିବାକର ହରିଜନ ଉପସ୍ଥିତ ରହି ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

twenty − seventeen =