ମହୋଦଧି ଆରତୀର ବାର୍ଷିକ ଉତ୍ସବ

0 119

ପୁରୀ : ତୀର୍ଥରାଜ ମହୋଦଧିଙ୍କ ସନ୍ଧ୍ୟା ଆରତୀ ପୁରୀ ସ୍ୱର୍ଗଦ୍ୱାର ବେଳାଭୂମିରେ ମହାଆଡମ୍ବର ଏବଂ ଆଧ୍ୟାତ୍ମିକ ପରିବେଶ ଭିତରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଓଡିଶା ର ଅନେକ ବୁଦ୍ଧିଜୀବୀ ଓ ସାଧୁସନ୍ଥମାନେ ଉପସ୍ଥିତ ଥିଲେ । ଉତ୍ସବରେ ଗଜପତି ଦିବ୍ୟ ସିଂହ ଦେବ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ,ପ୍ରଜ୍ଞାନ ନନ୍ଦ ଗିରି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପୌଷପୂର୍ଣ୍ଣିମା ଅବସରରେ ୧୮ବର୍ଷ ପୂର୍ତ୍ତି ଉପଲକ୍ଷେ ମହୋଦଧି ଆରତୀର ବାର୍ଷିକ ମହୋତ୍ସବ ପାଳନ କରାଯାଇଛି । ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଏହି ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ ପୁରୀ ଶଙ୍କରାଚାର୍ଯ୍ୟ ମଠ ପକ୍ଷରୁ ପ୍ରତିଦିନ ଏହି ମହୋଦଧି ଆଳତୀ ଅନୁଷ୍ଠିତ ହେଉଥାଏ । ଆଜି ଏହାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମେତ ଭାରତବର୍ଷର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ସାଧୁସନ୍ଥ ଉପସ୍ଥିତ ରହି ଧାର୍ମିକ ଜ୍ଞାନ ବାର୍ତା ସହ ଦିବ୍ୟ ସନ୍ଦେଶ ଭକ୍ତ ଜନଙ୍କୁ ଦେଇଥିଲେ । ତେବେ ସନାତନଧର୍ମ ପାଇଁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ।

hiring


ଭାରତ ହିନ୍ଦୁ ରାଷ୍ଟ୍ର ପାଇଁ ଏଭଳି ଗୁରୁଜୀଙ୍କ ଆଶୀର୍ବାଦ ନେବା ସହ ଏଭଳି ମହୋଦଧି ଆଳତି ଦ୍ୱାରା ଦେଶର ବିକାଶ ଓ ପ୍ରଗତି ସହ ସନାତନ ଧର୍ମ ଅକ୍ଷୁର୍ଣ୍ଣ ରହିବ ବୋଲି ଆଳତି କାର୍ଯ୍ୟକ୍ରମରେ ଯୋଗ ଦେଇ ଆଳତି କରି ଏଭଳି ମତବ୍ୟକ୍ତ କରିଥିଲେ ସାଧୁସନ୍ଥ ।ସେପଟେ ଦୈନିନ୍ଦନ ଆଳତି ଗୋବର୍ଦ୍ଧନ ମଠ ପକ୍ଷରୁ କରାଯାଉଥିବାବେଳେ ପୌଷ ପୂର୍ଣ୍ଣିମା ବାର୍ଷିକ ଉତ୍ସବରେ ନିଜେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସମୁଦ୍ର ଆଳତି କରଥିଲେ । ଆଉ ଏହି ଆଳତି ସ୍ଥଳ ସବୁବେଳେ ଅସାମାଜିକ ବ୍ୟକ୍ତିଙ୍କ ଆଡାସ୍ଥଳୀ ଓ ଆମିଷ ବିକ୍ରି ହେଉଥିବାରୁ ଆଳତୀସ୍ଥଳର ମର୍ଯ୍ୟାଦା ହାନି ହେଉଛି । ତେଣୁ ପ୍ରଶାସନ ଉପରେ ବର୍ଷିଲେ ଜଗଦଗୁରୁ ।ଅନ୍ୟପଟେ ବିଶ୍ୱର କଲ୍ୟାଣ ଏବଂ ସାରା ପରିବେଶରେ ଶାନ୍ତି ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ଆଳତୀ କରାଯାଇଥାଏ । ଏହି ମହଦଧି ଆଳତୀ ସାରା ବିଶ୍ୱରେ ଶାନ୍ତି, ମୈତ୍ରୀ ଓ ଭାଇଚାରାର ଏକ ଦିଗଦର୍ଶନ ସୃଷ୍ଟି କରିବବୋଲି ଗୁରୁଜୀ ଅଶ୍ରିବଚନ ରେ ପ୍ରକାଶ କରିଥିଲେ । ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ପରମ୍ପରା ସହ ଜଡିତ ରହିଛନ୍ତି ତୀର୍ଥରାଜ ମହୋଦଧି ବୋଲି ସେ ପ୍ରକାଶ କରିବା ସହ ପ୍ରଚଳିତ ଶାସନ ବ୍ୟବସ୍ଥାର ତୀବ୍ର ସମାଲୋଚନା କରିଥିଲେ । ହିନ୍ଦୁ ଧର୍ମର ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେବା ସହ ଭାରତକୁ ଏକ ସଶକ୍ତ ହିନ୍ଦୁ ରାଷ୍ଟ୍ର ରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ । ଶେଷରେ ଜଗଦଗୁରୁ ମହୋଦଧି ଆରତୀ କରିଥିଲେ ।

hiranchal ad1
Leave A Reply

Your email address will not be published.

two × 1 =