ବୌଦ୍ଧ ଜିଲ୍ଲାକୁ ମିଳିଲା ସମ୍ମାନଜନକ ଭୂମି ସମ୍ମାନ, ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ କଲେ ଉପ ଜିଲାପାଳ

0 211

ବୌଦ୍ଧ : ବୌଦ୍ଧ ଜିଲ୍ଲାକୁ ମିଳିଲା ସମ୍ମାନଜନକ ଭୂମି ସମ୍ମାନ । ରାଷ୍ଟ୍ରପତିଙ୍କଠାରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି ଏହି ସମ୍ମାନ ଗ୍ରହଣ କରିଛନ୍ତି ବୌଦ୍ଧ ଉପଜିଲାପାଳ । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୨୦୨୩ ମସିହା ପାଇଁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ବୌଦ୍ଧ ଜିଲ୍ଲାକୁ ଜମି ରେକର୍ଡର କମ୍ପ୍ୟୁଟରୀକରଣ ତଥା ଅଭିନବ ସଂସ୍କାର ଆଣିବା କ୍ଷେତ୍ରରେ ଶ୍ରେଷ୍ଠ ପାରଦର୍ଶିତା ପାଇଁ ଭୂମି ସମ୍ମାନରେ ସମ୍ମାନିତ କରାଯାଇ ପ୍ଲାଟିନମ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ବୌଦ୍ଧ ଜିଲ୍ଲାପାଳଙ୍କ ଆଦେଶରେ ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ଉପ-ଜ଼ିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ଡେପୁଟି କଲେକ୍ଟର ସତ୍ୟଜିତ ମହାପାତ୍ର ଏବଂ ହରଭଙ୍ଗା ଅତିରିକ୍ତ ତହସିଲଦାର ବିଶ୍ୱଜିତ ପ୍ରଧାନ ରାଷ୍ଟ୍ରପତିଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଓଡ଼ିଶା ସମେତ ୯ଟି ରାଜ୍ୟର ସଚିବ ଓ ବୌଦ୍ଧ ସମତେ ୬୮ ଜିଲ୍ଲାପାଳ ଏବଂ ସେମାନଙ୍କ ଟିମଙ୍କୁ ଏହି ସମ୍ମାନ ଦିଆଯାଇଛି । ଡିଜିଟାଲ ଇଣ୍ଡିଆ ଜମି ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମରେ ଉତ୍କର୍ଷ କାମ ପାଇଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ପ୍ରଥମଥର ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

hiranchal ad1
Leave A Reply

Your email address will not be published.

4 × 4 =