ତାଣ୍ଡବ ରଚିଲା କାଳବୈଶାଖୀ; ବର୍ଷିଲା କୁଆପଥର, ଉପୁଡ଼ିଲା ଗଛ

0 616

ଦଶପଲ୍ଲା: – ଆଜି ଦଶପଲ୍ଲାରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ସହ ବିଦ୍ୟୁତ ସେବା ବନ୍ଦ ରହିଛି । ଏହା ସହ ମୋବାଇଲ୍‌ ସେବା ବନ୍ଦ ରହିଛି । ମଙ୍ଗଳବାର ମଧ୍ୟାହ୍ନରେ ବର୍ଷା ସହ କୁଆପଥର ବୃଷ୍ଟି ଜନ ଜୀବନକୁ ଅସ୍ତବ୍ୟସ୍ତ କରିଥିଲା । ଅଧ ଘଣ୍ଟା ପର୍ଯ୍ୟନ୍ତ ଛେଚିଥିଲା କୁଆପଥର । ବର୍ଷା ସହ ପବନ ଯୋଗୁଁ ବଡବଡ ଗଛ ୫୭ ନମ୍ୱର ଜାତୀୟ ରାଜପଥ ଉପରେ ଉପୁଡ଼ି ପଡ଼ିବାରୁ ଗମନା ଗମନ ବିଚ୍ଛିନ୍ନ ହୋଇଥିଲା । ଏକ ଘଣ୍ଟା ଧରି ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ଉଭୟ ପାର୍ଶ୍ୱରେ ସମସ୍ତ ଗାଡ଼ି ମୋଟର ଅଟକି ରହିଥିଲା ।

hiring

ଖବର ପାଇ ସ୍ଥାନୀୟ ଯୁବକ ମାନେ ପହଞ୍ଚି ଗଛକାଟି ରାସ୍ତା ସଫା କରିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା । ବୁଗୁଡା କଲୋନୀ, ତିଳାବାଡି,ଗୁଡିଆ ସାହି ଗ୍ରାମର ଶରତ ନାୟକ, ତିଳାବାଡି ଗ୍ରାମର ନିଳାମ୍ବର ନାୟକ, ବୁଗୁଡା କଲୋନୀ ଗ୍ରାମର ଦୁର୍ଯ୍ୟୋଧନ ମଳିକ, ମିନା ମଳିକ , ରମାକାନ୍ତ ମଳିକ, ଉପେନ୍ଦ୍ର ପ୍ରଧାନଙ୍କର ବାସଗୃହ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହିତ ଆସବାବପତ୍ର ଓ ଗଛିତ ଖାଦ୍ୟଦ୍ରବ୍ୟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

hiranchal ad1
Leave A Reply

Your email address will not be published.

eight + one =